କନକ ବ୍ୟୁରୋ : ଘଣ୍ଟାଏ ବର୍ଷାରେ ପାଣି ପାଣି ହେଲା ଭୁବନେଶ୍ବର । ରାଜଧାନୀର ମୁଖ୍ୟ ମୁଖ୍ୟ ସ୍ଥାନରେ ଜମିଲା ପାଣି । ରାସ୍ତାରୁ ଇଞ୍ଚେ ଆଗକୁ ବଢ଼ିପାରିଲାନି ଗାଡ଼ି । ଘଣ୍ଟାଏ ଧରି ଘଡ଼ଘଡ଼ି ବର୍ଷାରେ ହନ୍ତସନ୍ତ ହେଲେ ରାଜଧାନୀବାସୀ । ତେବେ ଆଜି ମଧ୍ୟ ରାଜ୍ୟରେ ଜାରି ରହିବ ବଜ୍ରପାତ ଜନିତ ବର୍ଷା । ବିଶେଷକରି ଉପକୂଳ ଓ ଉତ୍ତର-ଅଭ୍ୟନ୍ତରୀଣ ଓଡ଼ିଶାରେ ତୀବ୍ରତା ଅଧିକ ରହିପାରେ, ଆଗାମୀ ୩ ଦିନ ପର୍ଯ୍ୟନ୍ତ ଜାରି ରହିବ ଏହିପରି ପ୍ରଭାବ । ୧୦ ଅକ୍ଟୋବର ବେଳକୁ ବଙ୍ଗୋପସାଗରରେ ପୁଣି ଘୁର୍ଣ୍ଣିବଳୟ । ତେବେ ଏହା ବିଶେଷ ଘନୀଭୂତ ହେବ ନାହିଁ । ସେପଟେ ଆଜିଠାରୁ ଆସନ୍ତାକାଲି ସକାଳ ସାଢ଼େ ୮ଟା ଯାଏଁ ୨୪ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ମାଲକାନଗିରି, କୋରାପୁଟ, ଖୋର୍ଦ୍ଧା, ପୁରୀ , କଟକ , କେନ୍ଦ୍ରାପଡ଼ା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୧୦ ତାରିଖ ପାଇଁ ସାରା ଓଡ଼ିଶାର ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । 

Advertisment