କନକ ବ୍ୟୁରୋ: କେତେ ବଦଳିଗଲାଣି ପରିବେଶ । ୟା ଭିତରେ ଆହୁରି କେତେ କ’ଣ ସବୁ ବଦଳିଗଲାଣି । କେତେ ପଶୁ, ପକ୍ଷୀ ଆଉ ଦେଖିବାକୁ ମିଳୁନାହାନ୍ତି । ଖାଲି ପଶୁ , ପକ୍ଷୀ ନୁହଁ ବୈଜ୍ଞାନିକମାନେ ଆଉ ଏକ ସୂଚନା ଦେଇଛନ୍ତି ଯାହା ଶୁଣିଲେ ମନ ମରିଯାଉଛି ହେଲେ ସତ ।
ପରିବେଶ ବୈଜ୍ଞାନିକଙ୍କ କହିବା ଅନୁସାରେ, ସମୟ କ୍ରମେ ଉଭେଇ ଯିବ ସାତ ରଙ୍ଗର ଇନ୍ଦ୍ରଧନୁ । ଆଗଭଳି ଆଉ ଦେଖିବାକୁ ମିଳିବନି ଇନ୍ଦ୍ରଧନୁ । ସାରା ବିଶ୍ବରେ ଇନ୍ଦ୍ରଧନୁ ଦେଖାଯିବାରେ ବି ପରିବର୍ତ୍ତନ ଆସିବ । କାରଣ ଇନ୍ଦ୍ରଧନୁ ଦୃଶ୍ୟମାନ ହେବାକୁ ହେଲେ ହାଲକା ଖରା ସହ ବର୍ଷାର ଠିକ ପରିମାଣ ହେବା ଦରକାର । କିନ୍ତୁ ଜଳବାୟୁ ପରିବର୍ତ୍ତନ ଯୋଗୁଁ ବର୍ଷାରେ ବି ପରିବର୍ତ୍ତନ ଆସିଛି । ତେଣୁ ଇନ୍ଦ୍ରଧନୁ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହୋଇପାରୁନାହିଁ ।
ବାୟୁ ପ୍ରଦୂଷଣ ଯୋଗୁଁ ବାୟୁମଣ୍ଡଳରେ ଅଧିକ ଧୂଳିକଣା ଭାସିବୁଲୁଛନ୍ତି । ଏସବୁ ସୂର୍ଯ୍ୟ ରଶ୍ମୀର ବିକିରଣ ପାଇଁ ବାଧା ସୃଷ୍ଟି କରେ । ଫଳରେ ଇନ୍ଦ୍ରଧନୁ ଦୃଶ୍ୟମାନ ହୋଇପାରୁନାହିଁ । ସହରାଞ୍ଚଳରେ ସୁଉଚ୍ଚ କୋଠା ଓ ଧୂଆଁଳିଆ ପରିବେଶ ପାଇଁ ମଧ୍ୟ ଇନ୍ଦ୍ରଧନୁ ଦେଖିବା ସମ୍ଭବ ହେଉନି । ଅଧ୍ୟୟନ ଅନୁସାରେ, ଭାରତ ଭଳି ଜନବହୁଳ ଦେଶର ସହର ମାନଙ୍କରେ ଇନ୍ଦ୍ରଧନୁ ଆଉ ଦେଖାଯାଉନି କହିଲେ ଚଳେ । ଆଗକୁ ଇନ୍ଦ୍ର ଯେପରି ଉଭାନ ହେବା ପରି ସ୍ଥିତି ସୃଷ୍ଟି ହେବ ବୋଲି ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି ।