କନକ ବ୍ୟୁରୋ: ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଦଶମ ସଂସ୍କରଣ ସୋମବାର ରାତିରେ ପ୍ରଥମ ଶତକ ପାଇଛି। ମାହେଲା ଜୟବର୍ଦ୍ଧନେଙ୍କ ପରେ ଦ୍ବିତୀୟ ଶ୍ରୀଲଙ୍କା ଖେଳାଳି ଭାବେ ପଥୁମ ନିଶଙ୍କ ଅଷ୍ଟ୍ରେଲିଆ ବିପକ୍ଷରେ ୧୯୨.୩୦ ଷ୍ଟ୍ରାଇକ୍‌ ରେଟରେ ୧୦୦* ରନ୍‌ କରି ଚର୍ଚ୍ଚାକୁ ଆସିଛନ୍ତି। ଏଥି ସହିତ ପୂର୍ବରୁ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଶତକ ହାସଲ କରିଥିବା ସମସ୍ତ ଖେଳାଳି ମନେ ପଡ଼ିଛନ୍ତି । ଏକଦା କ୍ରିକେଟ୍‌ର ଏହି ଛୋଟ ଫର୍ମାଟରେ ଜଣେ ବ୍ୟାଟର୍‌ ଶତକ ହାସଲ ମାରିବା ଏବଂ ଦଳ ୨୦୦ ରନ୍‌ କରିବାର ସୁଯୋଗ ନାହିଁ ବୋଲି କୁହାଯାଉଥିଲା। ସବୁ ଧାରାଣା ଓ ବିଶ୍ବାସ କିନ୍ତୁ ବଦଳିଯାଇଛି।

Advertisment

ନିୟମିତ ଭାବେ ୨୦୦+ ‌ସ୍କୋର୍‌ ‌ଦେଖିବାକୁ ମିଳିବା ସହ ବ୍ୟାଟର୍‌ମାନେ ବି ବ୍ୟକ୍ତିଗତ ଭାବେ ଶତକ ହାସଲ କରିବାର ବିରଳ ସଫଳତା ଅର୍ଜନ କରୁଛନ୍ତି। ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ୧୯ ବର୍ଷର ଇତିହାସରେ ୧୨ଟି ଉଦାହରଣ ରହିଛି ତିନି ଅଙ୍କ ଛୁଇଁଛନ୍ତି ବ୍ୟାଟର୍‌। ଏହି ବିରଳ କ୍ଲବ୍‌ର ସ୍ରଷ୍ଟା ହେଉଛନ୍ତି ମିଷ୍ଟର୍‌ ୟୁନିଭର୍ସ କ୍ରିକେଟର୍‌ କ୍ରିସ୍‌ ଗେଲ୍‌। ସେ ଦୁଇ ଥର ଏଭଳି କରିଥିବାବେଳେ ପଥୁମ ନିଶଙ୍କ ହୋଇଛନ୍ତି ଏକାଦଶ ବ୍ୟକ୍ତି। ଏକମାତ୍ର ଭାରତୀୟ ଭାବେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଶତକ ହାସଲ କରିଛନ୍ତି ସୁରେଶ ରାଇନା।

ଆହୁରି ପଢ଼ନ୍ତୁ...ନିଶଙ୍କଙ୍କ ଦମଦାର ଶତକ: ଶତାବ୍ଦୀ ଧରି ମନେ ରହିବ

-ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଶତକହାସଲକାରୀ-
(୧) କ୍ରିସ୍ ଗେଲ୍ (୧୧୭, ୫୭ ବଲ୍‌ ବନାମ ଦକ୍ଷିଣ ଆଫ୍ରିକା, ଜୋହାନ୍ସବର୍ଗ, ୨୦୦୭)।

(୨) ସୁରେଶ ରାଇନା (୧୦୧, ୬୦ ବଲ୍‌ ବନାମ ଦକ୍ଷିଣ ଆଫ୍ରିକା, ଗ୍ରସ୍‌ ଆଇସଲେଟ୍‌, ୨୦୧୦)।
(୩) ମାହେଲା ଜୟବର୍ଦ୍ଧନେ (୧୦୦, ୬୪ ବଲ୍‌ ବନାମ ଜିମ୍ବାୱେ, ପ୍ରଭିଡେନ୍ସ, ୨୦୧୦)।

(୪) ବ୍ରେଣ୍ଡନ୍‌ ମ୍ୟାକଲମ୍‌ (୧୨୩, ୫୮ ବଲ୍‌ ବନାମ ବାଂଲାଦେଶ, ପାଲେକେଲ୍‌, ୨୦୧୨)।
(୫) ଆଲେକ୍ସ ହେଲ୍ସ (୧୧୬*, ୬୪ ବଲ୍‌ ବନାମ ଶ୍ରୀଲଙ୍କା, ଚଟ୍ଟୋଗ୍ରାମ, ୨୦୧୪)।

(୬) ଅହମଦ ସେହଜାଦ (୧୧୧*, ୬୨ ବଲ୍‌ ବନାମ ଶ୍ରୀଲଙ୍କା, ମୀରପୁର, ୨୦୧୪)।
(୭) ତମିମ୍‌ ଇକବାଲ୍‌ (୧୦୩*, ୬୩ ବଲ୍‌ ବନାମ ଓମାନ, ଧର୍ମଶାଳା, ୨୦୧୬)।

(୮) କ୍ରିସ୍ ଗେଲ୍‌ (୧୦୦*, ୪୮ ବଲ୍‌ ବନାମ ଇଂଲଣ୍ଡ, ୱାଙ୍ଖ୍‌ଡେ, ୨୦୧୬)।
(୯) ଜୋସ ବଟ୍‌ଲର (୧୦୧*,୬୭ ବଲ୍‌ ବନାମ ଶ୍ରୀଲଙ୍କା, ସାରଜା, ୨୦୨୧)।

(୧୦) ରିଲି ରୁସୋ (୧୦୯, ୫୬ ବଲ୍‌ ବନାମ ବାଂଲାଦେଶ, ସିଡନି, ୨୦୨୨)।
(୧୧) ଗ୍ଳେନ୍‌ ଫିଲିପ୍ସ (୧୦୪, ୬୪ ବଲ୍‌ ବନାମ ଶ୍ରୀଲଙ୍କା, ସିଡନି, ୨୦୨୨)।

(୧୨) ପଥୁମ ନିଶଙ୍କ (୧୦୦*, ୫୨ ବଲ୍‌ ବନାମ ଅଷ୍ଟ୍ରେଲିଆ, ପାଲେକେଲ୍‌, ୨୦୨୬)।