କନକ ବ୍ୟୁରୋ : ସ୍ମାର୍ଟସିଟି ରାଉରକେଲା ବସ୍ତି ବାସିନ୍ଦାଙ୍କୁ କଲବଲ କରୁଛି ଲଗାଣ ବର୍ଷା । ପାଣି ଘେରରେ ବସ୍ତି ବାସିନ୍ଦା। ଏପଟେ ଘର ଛାଡି ଆଶ୍ରୟ ସ୍ଥଳକୁ ଯିବାକୁ ନିର୍ଦ୍ଦେଶ ଦେଇଛି ଆରଏମସି । ପ୍ରଭାବିତ ଲୋକଙ୍କୁ ରନ୍ଧା ଖାଦ୍ୟ ଦିଆଯିବା ସହ ଘଟଣା ଉପରେ ନଜର ରଖିଛି ଆରଏମସି । ଲଗାଣ ବର୍ଷା ଫଳରେ ସ୍ମାର୍ଟ ସିଟି ରାଉରକେଲା ବସ୍ତିରେ ପଶିଛି ପାଣି । ଜଳବନ୍ଦୀ ଅବସ୍ଥାରେ ପାଖାପାଖି ୩୫ରୁ ଅଧିକ ପରିବାର।  ଘର ଭିତର ରାସ୍ତାଘାଟ ସବୁ ଆଡେ ଖାଲି ପାଣି ଆଉ ପାଣି । ରାଉଲକେଲା ବାଲୁଘାଟ, ନ୍ୟୁ ବସ୍ତି ଓ ସର୍ଦ୍ଦାର ବସ୍ତି ପାଣଇ ଘେରରେ । ପ୍ରତିବର୍ଷ ବସ୍ତି ବାସିନ୍ଦା ଏଭଳି କଲବଲ ହେଉଛନ୍ତି । ଏବର୍ଷ ଲଗାତାର ୪ଥର ପାଣି ପଶିଲାଣି । ଏହାର ସ୍ଥାୟୀ ସମାଧାନ ଦାବୀ କରିଛନ୍ତି ବସ୍ତି ବାସିନ୍ଦା । 

Advertisment

ବନ୍ୟା ପ୍ରଭାବିତ ପରିବାର ସ୍ଥାନୀୟ ବ୍ରାହ୍ମଣୀ ନଗର ପ୍ରାଇମେରୀ ସ୍କୁଲରେ ଆଶ୍ରୟ ନେଇଛନ୍ତି । ରନ୍ଧାଖାଦ୍ୟ ସହ ଜରୁରୀ ମେଡିସିନ ଯୋଗାଇ ଦିଆଯାଉଛି । ମେଡିକାଲ୍ ଟିମ ସହ ରାଉରକେଲା ମହାନଗର ନିଗମ କମିଶନର ଘଟଣା ସ୍ଥଳ ବୁଲି ଦେଖିବା ସହ ଆଗାମୀ ଦିନରେ ଏନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।