କନକ ବ୍ୟୁରୋ: ବର୍ଷା କମିଛି ହେଲେ ଛାଡ଼ିଯାଇଛି ଦୁଃଖ ଆଉ ଯନ୍ତ୍ରଣା । ଘର ଭାଙ୍ଗି ମାଟିରେ ମିଶିଯାଇଛି । ବାସହରା ଲୋକ । ହେକ୍ଟର ହେକ୍ଟର ଚାଷ ଜମିରେ ବାଲି ଚରିଯାଇଛି । ରାସ୍ତା ବି ଧୋଇଯାଇଛି । ବହୁସ୍ଥାନରେ ବିଦ୍ୟୁତ୍‌ ଖୁଣ୍ଟ ଉପୁଡ଼ି ବିଦ୍ୟୁତ୍‌ ସରବରାହ ବାଧାପ୍ରାପ୍ତ ହୋଇଛି । ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ସହିଛି ସମ୍ବଲପୁର ଜିଲ୍ଲା ବାମରା ବ୍ଲକ୍‌ ମହୁଲପାଲି ଅଞ୍ଚଳ । 

Advertisment

ମହୁଲପାଲି ଅଞ୍ଚଳରେ ଲଘୁଚାପ ବର୍ଷା ରେକର୍ଡ ଭାଙ୍ଗିଛି । କଲଭର୍ଟ, ବ୍ରିଜ ସବୁ ଉପରେ ୩ ରୁ ୪ ଫୁଟ ଉଚ୍ଚର ପାଣି ଚାଲିଲା । ଗାଁରେ ଏକ ପ୍ରକାର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏବେ ସିନା ବର୍ଷା ଛାଡ଼ିଯାଇଛି, ହେଲେ ଲୋକଙ୍କ ହାଲ ବେହାଲ୍‌ ହୋଇଛି । କ୍ଷତିଗ୍ରସ୍ତଙ୍କୁ ସରକାରୀ ସହାୟତା ପ୍ରଦାନ କରାଯାଇନାହିଁ, କି ପ୍ରାଶାସନିକ ଅଧିକାରୀ ସ୍ଥିତି ସମୀକ୍ଷା କରିନଥିବା ଅଭିଯୋଗ ହୋଇଛି । ତୁରନ୍ତ ପ୍ରଶାସନିକ ସ୍ଥରରେ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଦେବା ପାଇଁ ଦାବି ହୋଇଛି ।