କନକବ୍ୟୁରୋ : ପଶ୍ଚିମକେନ୍ଦ୍ରୀୟ ବଂଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇସାରିଥିବା ବେଳେ ଏହା ଅଧିକରୁ ଅଧିକ ଘନିଭୂତ ହୋଇ ଗଭୀର ଅପପାତର ରୂପ ନେଉଛି । ବିଶାଖପାଟଣାଠାରୁ ୩ ଶହ କିଲୋମିଟର ଓ ଗୋପାଳପୁରଠାରୁ ୩୨୦ କିଲୋମିଟର ଦୂରରେ ରହି ସମୁଦ୍ରରେ ବଳ ଗୋଟାଇ ଆଗକୁ ବଢ଼ୁଛି ଅବପାତ। ଏହ ଆଜି ରାତିରେ କିମ୍ବା କାଲି ସକାଳେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବ । ପାରାଦୀପରୁ ଗୋପାଳପୁର ମଧ୍ୟରେ ଅତିକ୍ରମ କରିବାର ଅଧିକ ସମ୍ଭାବନା ରହିଛି। ସମ୍ଭାବ୍ୟ ଗଭୀରଅବପାତ ପ୍ରଭାବରେ ଆଜି ଏବଂ ଆସନ୍ତାକାଲି ସକାଳ ଯାଏଁ ରାଜ୍ୟରେ ବଡ଼ ବର୍ଷା ଏବଂ ପବନର ପ୍ରଭାବ ସମ୍ଭାବନା ରହିଛି । ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ସତର୍କ କରାଯାଇଛି। ଆଜି ଜଗତସିଂହପୁର ଓ ପୁରୀରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ ଆଲର୍ଟ ଜାରି କରାଯାଇଛି । ଉତ୍ତର ଉପକୂଳର ୧୪ ଜିଲ୍ଲାକୁ ଅରେଞ୍ଜ୍ ଆଲର୍ଟ ସହ ୯ ଜିଲ୍ଲାକୁ ୟଲୋ ଆଲର୍ଟ ଜାରି ହୋଇଛି। ୩ ତାରିଖ ସକାଳ ଯାଏଁ ପ୍ରବଳ ବର୍ଷା ହେବ ।
ସାରା ଓଡ଼ିଶା କୁ ବର୍ଷା ଭୟ : ପୁରୀ, ଜଗତସିଂହପୁରକୁ ରେଡ ଓ୍ବାର୍ଣ୍ଣିଂ
ପଶ୍ଚିମକେନ୍ଦ୍ରୀୟ ବଂଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇସାରିଥିବା ବେଳେ ଏହା ଅଧିକରୁ ଅଧିକ ଘନିଭୂତ ହୋଇ ଗଭୀର ଅପପାତର ରୂପ ନେଉଛି । ବିଶାଖପାଟଣାଠାରୁ ୩ ଶହ କିଲୋମିଟର ଓ ଗୋପାଳପୁରଠାରୁ ୩୨୦ କିଲୋମିଟର ଦୂରରେ ରହି ସମୁଦ୍ରରେ ବଳ ଗୋଟାଇ ଆଗକୁ ବଢ଼ୁଛି
/kanak/media/media_files/2025/10/02/weather-update-2025-10-02-07-49-27.jpg)