କନକ ବ୍ୟୁରୋ : ଆସନ୍ତା ଅକ୍ଟୋବର ୫ ତାରିଖରେ ହରିଆଣାରେ ବିଧାନସଭା ନିର୍ବାଚନ ହେବ। ଏହା ପୂର୍ବରୁ ଦୁଇ ପ୍ରମୁଖ ଦଳ କଂଗ୍ରେସ ଓ ବିଜେପି ସେମାନଙ୍କର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛନ୍ତି। ହରିଆଣାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଗୁରୁବାର ଦଳର ‘ସଙ୍କଳ୍ପ ପତ୍ର’ ଘୋଷଣା କରିଛନ୍ତି। ଉଭୟ ଦଳ ନିର୍ବାଚନୀ ପ୍ରତିଶ୍ରୁତିରେ ମାଗଣା ସୁବିଧା ଉପରେ ଗୁରୁତ୍ବ ଦେଇଛନ୍ତି। ୫୦୦ ୟୁନିଟ ଲେଖାଏଁ ବିଦ୍ୟୁତ ଛାଡ, ମହିଳାଙ୍କୁ ମାସିକ ସହାୟତା, ସରକାରୀ ନିଯୁକ୍ତି, ମାଗଣା ଚିକିତ୍ସା ଉପରେ ହାତ ଖୋଲି ଘୋଷଣା କରିଛନ୍ତି ଦୁଇ ଜାତୀୟ ଦଳ । 
                           

Advertisment

                                ନିର୍ବାଚନ ଇସ୍ତାହାର  
          ବିଜେପି                                          କଂଗ୍ରେସ   
ପୂର୍ବତନ ଅଗ୍ନୀବୀରଙ୍କୁ ସୁନିଶ୍ଚିତ ଚାକିରି              ୩୦୦ ୟୁନିଟ ମାଗଣା ବିଜୁଳି
୧୦ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ମାଗଣା ଚିକିତ୍ସା              ୨୫ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ମାଗଣା ଚିକିତ୍ସା 
୨୪ଟି ଫସଲର ଏମଏସପି ସ୍ଥିରୀକୃତ                 କୃଷକମାନଙ୍କୁ ଏମଏସପି ଗ୍ୟାରେଣ୍ଟି
ପ୍ରତି ମହିଳାଙ୍କୁ  ମାସିକ ୨୧୦୦ ଟଙ୍କା              ୧୮ରୁ ୬୦ବର୍ଷର ମହିଳାଙ୍କୁ ମାସିକ ୨୦୦୦ ଟଙ୍କା 
୫୦୦ ଟଙ୍କାରେ ଏଲପିଜି ସିଲିଣ୍ଡର                     ୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର
୧୦ ଶିଳ୍ପ ସହର ପ୍ରତିଷ୍ଠା                              ୧୦୦-୧୦୦ଗଜର ମାଗଣା ଜମି କିମ୍ବା ଘର
ପ୍ରତି ସହରରୁ ୫୦ ହଜାର ଲେଖାଏଁ ନିଯୁକ୍ତି           ବୃଦ୍ଧ, ଭିନ୍ନକ୍ଷମ, ବିଧବାଙ୍କୁ ୬ହଜାର ଟଙ୍କା ଭତ୍ତା
୨ ଲକ୍ଷ ସରକାରୀ ଚାକିରି                                ସରକାରୀ ବିଭାଗରେ ୨ଲକ୍ଷ ନିଯୁକ୍ତି 

ବୁଧବାର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ହରିଆଣା ପାଇଁ ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଥିଲେ। ଆଜି ବିଜେପି ଘୋଷଣା କରିଛି। ଉଭୟ ଦଳ ମହିଳାଙ୍କୁ ମାସିକ ସହାୟତା ରାଶି, ସରକାରୀ ନିଯୁକ୍ତି, ମାଗଣା ବିଦ୍ୟୁତ, ମାଗଣା ଚିକିତ୍ସା ଉପରେ ଗୁରୁତ୍ବ ଦେଇଛନ୍ତି। ୨୦୧୯ ଲୋକସଭା ନିର୍ବାଚନ ପରେ କର୍ଣ୍ଣାଟକ, ତେଲେଙ୍ଗାନା ବିଧାନସଭାରେ ନିର୍ବାଚନରେ କଂଗ୍ରେସ ମାଗଣା ପ୍ରତିଶ୍ରୁତି ଉପରେ ଗୁରୁତ୍ବ ଦେଇଥିଲା। ଯାହା ଫଳପ୍ରଦ ମଧ୍ୟ ହୋଇଥିଲା। ପଥମେ ବିଜେପି କଂଗ୍ରେସର ମାଗଣା ପ୍ରତିଶ୍ରତିକୁ ସମାଲୋଚନା କରୁଥିଲା। କିନ୍ତୁ ଏହାଦ୍ବାରା ଭୋଟ ପ୍ରଭାବିତ ହେଉଥିବା ଜାଣିବା ପରେ ବିଜେପି ମଧ୍ୟ କଂଗ୍ରେସର ରାସ୍ତା ଆପଣାଇଥିବା କୁହାଯାଉଛି।