ଆଜି ପୁଣି ରାଜ୍ୟରେ ବର୍ଷା ସମ୍ଭାବନା । ଭିଜିପାରେ ୮ ଜିଲ୍ଲା..

Advertisment

ଆଜି ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା । ୨୭ରେ ପଶ୍ଚିମାଝଡ଼ ପ୍ରଭାବରେ ବର୍ଷା ଆଶଙ୍କା ।

ଆଜି ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା । ୨୭ରେ ପଶ୍ଚିମାଝଡ଼ ପ୍ରଭାବରେ ବର୍ଷା ଆଶଙ୍କା ।

Rain-in-Odisha

Photograph: (google)

କନକ ବ୍ୟୁରୋ: ସାରା ରାଜ୍ୟରେ କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା । ଆଜି ବି ଅନେକ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା । ରାଜ୍ୟରେ ଚିନ୍ତା ବଢ଼ାଉଛି ଶୀତ ଦିନିଆ ବର୍ଷା । ଏହାରି ଭିତରେ ଦକ୍ଷିଣ ପଶ୍ଚିମ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ରହିଥିବା ଲଘୁଚାପ ରାଜ୍ୟରେ ବର୍ଷା କରାଉଛି । ଆଜି ମଧ୍ୟ ରାଜ୍ୟରେ ବର୍ଷା ଆକଳନ କରିଛି ପାଣିପାଗ ବିଭାଗ । ଆଜି ୮ଟି ଜିଲ୍ଲାରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

ଏହି ଜିଲ୍ଲାଗୁଡ଼ିକ ହେଲା, ପୁରୀ,ଖୋର୍ଦ୍ଧା,ଗଞ୍ଜାମ,ଗଜପତି,ରାୟଗଡ଼ା,କୋରାପୁଟ,ମାଲକାନଗିରି, ନବରଙ୍ଗପୁର। ଆହୁରି ଚିନ୍ତାଜନକ ବିଷୟ ହେଉଛି ପୁଣି ୨୭ ତାରିଖରେ ପଶ୍ଚିମାଝଡ଼ ପ୍ରଭାବରେ ବର୍ଷା ହେବାର ଆଶଙ୍କା ରହିଛି । ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟରେ ହଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ପଶ୍ଚିମାଝଡ଼ ପ୍ରଭାବ ସରିବା ପରେ ପୁଣି ବଢିବ ଶୀତ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe