କନକ ବ୍ୟୁରୋ: ଆନ୍ଧ୍ର – ତେଲେଙ୍ଗାନାରେ ବର୍ଷାର ତାଣ୍ଡବ ଲାଗିରହିଛି । ଲୋକମାନେ ନାହଁ ନଥିବା ଅସୁଧିବିଧା ଭୋଗୁଥିବା ବେଳେ ହଜାର ହଜାର ୧୦୦ ର ଅଧୀକ ଟ୍ରେନ ଚଳାଳଳ ବାତିଲ କରିଦିଆଯାଇଛି। ଏହାରୀ ଭିତରେ ମହବୁବାବାଦ ଠାରେ ଏକ ରେଳ ଟ୍ରାକ ମଧ୍ୟ ଭାଙ୍ଗିଯାଇଛି। ରେଲୱେ ଟ୍ରାକଟି ସମ୍ପୁର୍ଣ୍ଣ ଭୁସୁଡିପଡିଥିବାର ଚିତ୍ର ସାମନାକୁ ଆସିଛି। ଫଳରେ ଭୟଭୀତ ହୋଇପଡିଛନ୍ତି ଲୋକେ। ପ୍ରବଳ ବର୍ଷା ପାଣି ରେଲୱେ ଟ୍ରାକରେ ପ୍ରଭାହିତ ହେଉଥିଲା। ଏଥିପାଇଁ ଟ୍ରେନ ଟ୍ରାକଟି ଭାଙ୍ଗି ଯାଇଥିବା କହିଛନ୍ତି ସ୍ଥାନୀୟ ଲୋକ।
ଆନ୍ଧ୍ରରେ ବର୍ଷା ବିତ୍ପାତ ଲାଗି ରହିଥିବା ବେଳେ ଅଧିକାଂଶ ଅଞ୍ଚଳରେ ଏବେ ବନ୍ୟା ପରିସ୍ଥିତି ଉପୁଜିଥିବା ବେଳେ ବନ୍ୟା ପ୍ରଭାବିତ ଅଞ୍ଚଳରେ ପହଞ୍ଚିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାୟଡ଼ୁ। ପ୍ରଭାବିତ ଅଞ୍ଚଳରେ ପହଞ୍ଚି ନିଜେ ବୁଲିବୁଲି ସସମ୍ତ ସ୍ଥିତି ଅନୁଧ୍ୟାନ କରିବା ସହିତ ପାଣି ଘେରରେ ଫସିରହିଥିବା ଲୋକଙ୍କ ପାଖରେ ଆବଶ୍ୟକୀୟ ସୁବିଧା ପହଂଚି ପାରିଲା କି ନାହିଁ ସେ ବିଷୟରେ ଲୋକଙ୍କୁ ପଚାରି ବୁଝିଛନ୍ତି ଏଥିସହ ତୁରନ୍ତ ସମସ୍ତଙ୍କ ପାଖରେ ପାଣି ବୋତଲ ଏବଂ ଖାଦ୍ୟପଦାର୍ଥ ପହଞ୍ଚାଇବାକୁ ଅଫିସର ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ବନ୍ୟାଞ୍ଚଳରେ ଉପସ୍ଥିତ ରହି ସ୍ଥିତି ସମୀକ୍ଷା କରିବାକୁ ଭିଜୟୱାଡା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/5qnVxfgGfDqnYFqN1Ibd.jpg)