କନକ ବ୍ୟୁରୋ : ବର୍ଷାକୁ ନେଇ ଚିନ୍ତାରେ ଚାଷୀ । ଧାନ ଅମଳ ସମୟରେ ବର୍ଷା କାରଣରୁ ଚାଷୀ ମାନେ ଏବେ ଚିନ୍ତାରେ ପଡିଛନ୍ତି । ବାଲେଶ୍ୱର ସୋର ଅଞ୍ଚଳର ବିଭିନ୍ନ ସ୍ଥାନରେ ଏବେ ଧାନକଟା ଚାଲିଛି । ହେଲେ ଆଜି ସକାଳୁ ଝିପିଝିପି ବର୍ଷା ଚାଷୀର ମୁଣ୍ଡବ୍ୟଥାର କାରଣ ପାଲଟିଛି । ସକାଳୁ ସକାଳୁ ବର୍ଷା ପକାଇବାରୁ ସୋରର ମାଣିପୁର, ମଙ୍ଗଳପୁର, ସିଙ୍ଗାଖୁଣ୍ଟା ଅଂଚଳରେ ଚାଷୀମାନେ ତରବରିଆ ଭାବେ ଧାନ ଅମଳ କରୁଥିବା ଦେଖିବାକୁ ମିଳିଛି ।
ଧାନ ଚାଷ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପାଣିପାଗର ଅନିୟମିତତା ପାଇଁ ଚାଷୀ କୂଳ କ୍ଷତି ସହୁଛନ୍ତି । ଏବେ ଅମଳ ସମୟରେ ବର୍ଷା ହେଲେ ଅଧିକ କ୍ଷତି ହୋଇପାରେ । କିଛି ସ୍ଥାନରେ ଧାନ କଟା ସରିଛି । ବର୍ଷା ଆସିବାରୁ ଚାଷୀମାନେ ବିଲରେ ଧାନ ବିଡାକୁ ଗଦା ମାରି ପଲିଥିନରେ ଘୋଡାଇ ରଖିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2024/11/29/xK7uLt71pudXsE9CbvAv.jpg)