କନକବ୍ୟୁରୋ : ପ୍ରବଳ ଶୀତ ମଧ୍ୟରେ ଦିଲ୍ଲୀରେ ପ୍ରବଳ ବର୍ଷା। ୧୦୧ ବର୍ଷରେ ରେକର୍ଡ ଭାଙ୍ଗିଲା ବର୍ଷା। ଦିନକ ମଧ୍ୟରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍ ଶନିବାର ସକାଳ ସାଢେ ୮ଟା ମଧ୍ୟରେ ଦିଲ୍ଲୀରେ ୪୧ ଦଶମିକ ୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।
ଏହା ପୂର୍ବରୂ ୧୯୨୩ ମସିହା ଡିସେମ୍ବର ୩ ତାରିଖରେ ଦିଲ୍ଲୀରେ ଗୋଟିଏ ଦିନରେ ସର୍ବାଧିକ ୭୫ ଦଶମିକ ୭ ମିଲିମିଟର ବର୍ଷା ରେକର୍ଡ ହୋଇଥିଲା । ସେହିପରି ୧୯୦୧ ମସିହା ପରେ ଦିଲ୍ଲୀରେ ଡିସେମ୍ବର ମାସରେ ପଞ୍ଚମ ସର୍ବାଧିକ ବର୍ଷା ରେକର୍ଡ ହୋଇଛି । ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିଲେ ମଧ୍ୟ ବାୟୁ ପୂଦୂଷଣ କମିଯାଇଛି । ଦିଲ୍ଲୀରେ ଏକ୍ୟୁଆଇ ଏବେ ୧୫୨କୁ ଖସିଆସିଛି ।
କେବଳ ଦିଲ୍ଲୀ ନୁହେଁ ଜମ୍ମୁ କାଶ୍ମୀରଠୁ ନେଇ ପଞ୍ଜାବ, ରାଜସ୍ଥାନ, ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ଗୋଟିଏ ପଟେ ବରଫପାତ କାରଣରୁ ପାରଦ ତଳମୁହାଁ ହୋଇଥିବା ବେଳେ ଅଦିନିଆ ବର୍ଷା ପ୍ରଭାବରେ ଥରହର ହେଉଛନ୍ତି ଉତ୍ତର ଭାରତର ଜନସାଧାରଣ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/12/28/aGw0a2aL4fQRy5Y8f7Q9.jpg)