କନକ ବ୍ୟୁରୋ : ପ୍ରବଳ ବର୍ଷାରେ ବେହାଲ ଆନ୍ଧ୍ର ଓ ତେଲେଙ୍ଗାନା । ଯାତାୟତ ଏକପ୍ରକାର ଠପ ହୋଇଥିବା ବେଳେ ଲଗାଣ ବର୍ଷାରେ କିଛି ନଦୀରେ ପାଣି ପ୍ରବାହିତ ହୋଇଥିବା ଦେଖିବାକୁ ମିଳିଛି । ଉଭୟ ରାଜ୍ୟରେ ଏକପ୍ରକାର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଯାହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିଛି । ପ୍ରବଳ ବର୍ଷା କାରଣରୁ କିଛି ସହରରେ ଟ୍ରେନ୍ ଚଳାଚଳ ବାତିଲ୍ ହୋଇଛି । ମାଲବାହୀ ଟ୍ରେନ୍ ଓ ମାଲବାହୀ ଗାଡ଼ି ବି ଆସିପାରୁନି । ଯେଉଁଥି ପାଇଁ ଆନ୍ଧ୍ର ଓ ତେଲେଙ୍ଗାନାରୁ ଓଡ଼ିଶା ଆସୁଥିବା କିଛି ଅତ୍ୟାବଶ୍ୟକୀୟ ସାମଗ୍ରୀ ଠିକ୍ ସମୟରେ ପହଞ୍ଚି ପାରୁନି ।
ତେଲେଙ୍ଗାନାରୁ ଓଡ଼ିଶାକୁ ମୁଖ୍ୟତଃ ଧାନ, ଚାଉଳ, ପ୍ଲାଷ୍ଟିକ୍, ରବର ଓ ଇଲେକ୍ଟ୍ରୋନିକ୍ ଉପକରଣ ଭଳି ସାମଗ୍ରୀ ଆସିଥାଏ । ଏବେ ପ୍ରବଳ ବର୍ଷା କାରଣରୁ ଏହି ସବୁ ସାମଗ୍ରୀ ଆସିବାରେ ସମସ୍ୟା ଦେଖାଦେଇଛି । ସେହିପରି ଆନ୍ଧ୍ରରୁ ମାଛ, ଆମ୍ବ, ପନିପରିବା, ଆଳୁ ଭଳି ଖାଇବା ସାମଗ୍ରୀ ଓଡ଼ିଶାକୁ ଆସିଥାଏ । ଖାସକରି ମାଛ ଉପରେ ଓଡ଼ିଶା ଆନ୍ଧ୍ର ଉପରେ ନିର୍ଭର ହୋଇ ରହିଥାଏ । ତେଣୁ ଆନ୍ଧ୍ରପ୍ରଦେଶରେ ବନ୍ୟା ସ୍ଥିତି ଉପୁଜିଥିବାରୁ ଓଡ଼ିଶାକୁ ଅନେକ ସାମଗ୍ରୀ ରପ୍ତାନୀ ହୋଇପାରୁନି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/07/26/andhra-odisha-2025-07-26-14-24-37.jpg)