କନକବ୍ୟୁରୋ : ଲଗାଣ ବର୍ଷାରେ ବେହାଲ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ । ଆସାମ, ମଣିପୁର, ସିକ୍କିମର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ବନ୍ୟା ସ୍ଥିତି ଉପୁଜିଛି । ରାସ୍ତାଘାଟ, ଘରଦ୍ବାର ଚାରିଆଡ଼େ ପାଣି ହିଁ ପାଣି ଦେଖିବାକୁ ମିଳିଛି । ଅନେକ ଗାଁ ଜଳମଗ୍ନ ହୋଇଛି । ରାସ୍ତାରେ ଡଙ୍ଗା ଚାଲୁଛି । ଏନଡିଆରଏଫ୍, ଏସଡିଆରଏଫ ଟିମ୍ ପକ୍ଷରୁ ବନ୍ୟା ପ୍ରଭାବିତଙ୍କୁ ଉଦ୍ଧାର କରାଯାଉଛି । ଏଭଳି ସ୍ଥିତିରେ ବିଭିନ୍ନ ରାଜ୍ୟରେ ମୋଟ ୧୯ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ପରିବହନ ବ୍ୟବସ୍ଥା ପ୍ରଭାବିତ ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି । ଅନେକ ସ୍ଥାନରେ ପାଣିରେ ଫସି ରହିଛି ଗାଡ଼ି ।
ବର୍ଷାରେ ବେହାଲ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ : ୧୯ ଜଣଙ୍କ ମୃତ୍ୟୁ ସୂଚନା
ବିଭିନ୍ନ ରାଜ୍ୟରେ ମୋଟ ୧୯ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ପରିବହନ ବ୍ୟବସ୍ଥା ପ୍ରଭାବିତ ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି ।
/kanak/media/media_files/2025/06/01/JkLbNmPtJAQivMQG28IY.jpg)