ବନ୍ୟା ଉଜାଡ଼ିଲା ଫସଲ; ପରିବା ଦର ଆକାଶଛୁଆଁ

Advertisment

ବର୍ଷା ଓ ବନ୍ୟା ଜଳ ଚାଷ ଜମିରେ ପଶିବା ପରେ ନଷ୍ଟ ହୋଇଛି ଏକର ଏକର ଜମି ଫସଲ । ପାଣି ତଳେ ବୁଡ଼ି ନଷ୍ଟ ହୋଇଛି ଫସଲ । ବିଶେଷକରି ପରିବା ଫସଲ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଛି । ଧାନ ଚାଷ ପାଇଁ ପଡ଼ିଥିବା ତଳି ବି ପାଣିରେ ବୁଡ଼ି ନଷ୍ଟ ହୋଇଛି ।

ବର୍ଷା ଓ ବନ୍ୟା ଜଳ ଚାଷ ଜମିରେ ପଶିବା ପରେ ନଷ୍ଟ ହୋଇଛି ଏକର ଏକର ଜମି ଫସଲ । ପାଣି ତଳେ ବୁଡ଼ି ନଷ୍ଟ ହୋଇଛି ଫସଲ । ବିଶେଷକରି ପରିବା ଫସଲ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଛି । ଧାନ ଚାଷ ପାଇଁ ପଡ଼ିଥିବା ତଳି ବି ପାଣିରେ ବୁଡ଼ି ନଷ୍ଟ ହୋଇଛି ।

FLOOD ODISHA

FLOOD ODISHA Photograph: (KANAK NEWS)

କନକ ବ୍ୟୁରୋ: ଆମ ରାଜ୍ୟ ସମେତ ପଡୋଶୀ ରାଜ୍ୟରେ ଲାଗି ରହିଛି ବର୍ଷା । ବର୍ଷା ପରେ ନଦୀ ଫୁଲିବା ସହ ବନ୍ୟା ଆସିଛି । ବର୍ଷା ଓ ବନ୍ୟା ଫଳରେ ବ୍ୟାପକ ଭାବେ ଫସଲ ନଷ୍ଟ ହୋଇଛି । ବିଶେଷକରି ପରିବା ଚାଷ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଛି । ଯାହାର ପ୍ରଭାବ ଏବେଠାରୁ ବଜାରରେ ଦେଖିବାକୁ ମିଳିଲାଣି ।

  • ବନ୍ୟା ଉଜାଡ଼ିଲା ଫସଲ
  • ପରିବା ଦର ଆକାଶଛୁଆଁ 

ବର୍ଷା ଓ ବନ୍ୟା ଜଳ ଚାଷ ଜମିରେ ପଶିବା ପରେ ନଷ୍ଟ ହୋଇଛି ଏକର ଏକର ଜମି ଫସଲ । ପାଣି ତଳେ ବୁଡ଼ି ନଷ୍ଟ ହୋଇଛି ଫସଲ । ବିଶେଷକରି ପରିବା ଫସଲ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଛି । ଧାନ ଚାଷ ପାଇଁ ପଡ଼ିଥିବା ତଳି ବି ପାଣିରେ ବୁଡ଼ି ନଷ୍ଟ ହୋଇଛି ।

ଚାଷ ଜମିରେ ବନ୍ୟା ପାଣି ଢ଼େଉ ଭାଙ୍ଗୁ ଥିବାବେଳେ ଏପଟେ ବଢ଼ି ଚାଲିଛି ପରିବା ଦର । ବର୍ଷା ଯୋଗୁଁ ଫସଲ ନଷ୍ଟ ହେବା ସହ ଯୋଗାଣ ମଧ୍ୟ ପ୍ରଭାବିତ ହେଉଛି । ଯାହାଫଳରେ ପରିବା ଦର ବଢ଼ି ଚାଲିଛି । ଯେଉଁ ପରିବା କିଛି ଦିନ ପୂର୍ବେ କିଲୋକୁ ୨୦ରୁ ୩୦ ଟଙ୍କା ଦରରେ ବିକ୍ରି ହେଉଥିଲା । ତାହା ଏବେ ୫୦ରୁ ୭୦ ଟଙ୍କା ହୋଇଛି, କିଛି ପରିବାର ଦାମ କିଲୋ ପିଛା ୭୦ରୁ ୮୦ ଟଙ୍କାରେ ମଧ୍ୟ ବିକ୍ରି ହେଉଛି । ଭେଣ୍ଡି, ପୋଟଳ, ଝୁଡ଼ଙ୍ଗ, ବିନସ, ବାଇଗଣ, କାଙ୍କଡ଼, କାକୁଡି, ଅମୃତଭଣ୍ଡା, ଜହ୍ନି ଚଢ଼ା ଦରରେ ବିକ୍ରି ହୋଇଛି । ପରିବାର ଦର ଆଗକୁ ଆହୁରି ବଢ଼ିବା ନେଇ ଆଶଙ୍କା କରିଛ୍ତି ବ୍ୟବସାୟୀ । 

ପଡୋଶୀ ରାଜ୍ୟମାନଙ୍କରେ ଲାଗି ରହିଛି ବର୍ଷା । ଯାହାଫଳରେ ନଷ୍ଟ ହୋଇଛି ଏକର ଏକର ଫସଲ । ତେଣୁ ଯେଉଁଠୁ  ଆମ ରାଜ୍ୟକୁ ପରିବା ଆସିଥାଏ ସେଠାରେ ମଧ୍ୟ ଚଢ଼ା ଦର ରହିଛି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe