କନକ ବ୍ୟୁରୋ : ଲାଗି ରହିଛି ମୌସୁମୀ ବର୍ଷା , ଏହି ଅଦିନିଆ ବର୍ଷାରେ ଭିଜିଲା ଚାଷୀର ଧାନ । ଖଳାରେ ଅମଳ ଧାନ ଗଜା ହୋଇଛି । ଚାଷୀଙ୍କୁ ଟୋକନ ମିଳିଛି ହେଲେ ପ୍ୟାକ୍ସ ଗୁଡ଼ିକୁ ଟାର୍ଗେଟ ମିଳିନାହିଁ । ଫଳରେ ଚାଷୀଙ୍କ ଧାନ ବିକ୍ରି ନହୋଇ ଖଳାରେ ପଡ଼ି ରହିଛି । ଲଗାଣ ବର୍ଷା ହେବାରୁ ସେହି ଧାନ ଏବେ ଗଜା ହୋଇ ଗଛ ଉଠିଲାଣି । ଫଳରେ ଚାଷୀଙ୍କ ସମସ୍ୟା ଆହୁରି ବଢ଼ିଯାଇଛି ।
ଝାରସୁଗୁଡ଼ା ବଡ଼ି ଅଞ୍ଚଳରେ ଏଭଳି ସ୍ଥିତି ଦେଖାଦେଇଛି । ଚାଷୀମାନେ ଗତ ୯ ତାରିଖରୁ ଧାନ ବିକ୍ରି କରିବା ପାଇଁ ଟୋକନ୍ ପାଇଛନ୍ତି । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ୟାକ୍ସ ଗୁଡ଼ିକୁ ଟାର୍ଗେଟ ମିଳିନାହିଁ । ଚାଷୀ ମାନେ ଧାନ ବିକ୍ରି କରି ପାରିନାହାନ୍ତି । ତେବେ ବର୍ତ୍ତମାନ ଧାନ ବିକ୍ରି କରି ପାରିନଥିବାରୁ ଚାଷୀଙ୍କ ଧାନ ବର୍ଷାରେ ଭିଜୁଛି ।