କନକ ବ୍ୟୁରୋ : ଦକ୍ଷିଣ ଓଡ଼ିଶାକୁ ବର୍ଷା ଭୟ । ପ୍ରସ୍ତୁତ ରହିବାକୁ ଗଞ୍ଜାମ ଜିଲ୍ଲାପାଳ ଜିଲ୍ଲାର ବିଭାଗୀୟ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବିନା ଅନୁମତିରେ କେହି ଛାଡି ପାରିବେନି ହେଡକ୍ୱାର୍ଟର୍ସ । ଅଫିସରଙ୍କୁ ହାଇ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜରୁରୀକାଳୀନ ବିଭାଗ ସଜାଗ ରହିଛି । ପାଣିପାଗ ବିଭାଗ ସୂଚନା ଆଧାରରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ।
ସେପଟେ ଆଗକୁ ଦୁଇଟି ଲଘୁଚାପ ଆସୁଥିବା ବେଳେ କୋରାପୁଟରେ ପ୍ରବଳ ବର୍ଷା ଜାରି ରହିଛି । ସବୁ ବ୍ଲକରେ ରେକର୍ଡ ପରିମାଣର ବର୍ଷା ହୋଇଛି । ନନ୍ଦପୁର, ବୈପାରୀଗୁଡା, କୋରାପୁଟରେ ପ୍ରବଳ ବର୍ଷା ହେଉଛି । ଜିଲ୍ଲାରେ ୫୬୨ ମିଲିମିଟର ବର୍ଷା ରେକର୍ଡ କରାଯାଛି । ଲମତାପୁଟରେ ୯୦ ମିଲିମିଟର. ନନ୍ଦପୁରରେ ୧୦୧ ଓ କୋରାପୁଟରେ ୮୦ ମିଲିମିଟର ବର୍ଷା ରେକର୍ଡ ହୋଇଛି । ବର୍ଷା ଯୋଗୁଁ କୋରାପୁଟ ଜିଲ୍ଲାପାଳ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି । ଲୁଘଚାପ ଯୋଗୁଁ ପ୍ରବଳ ବର୍ଷାର ଚେତାବନୀ ଦିଆଯାଇିଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗାଁ ଭିତରେ ମାଟି ଅତଡା ଧସିଛି । ପାହାଡ ଉପରୁ ମାଟି ଖସିବା ଫଳରେ କୋରାପୁଟ ଓ ଲମତାପୁଟ ଘାଟିରେ ପଥର ଜମିଛି ।