ପୁଣି ଆସୁଛି ବର୍ଷା ; ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟରେ୨୪ ଓ ୨୫ରେ ବର୍ଷିବ

ଶୀତ ଭିତରେ ଆସୁଛି ବଡ଼ ବର୍ଷା । ପଶ୍ଚିମା ଝଡ ପ୍ରଭାବରେ  କାଲିଠୁ ୭ଜିଲ୍ଳାରେ ମଧ୍ୟମ ଧରଣର ବର୍ଷା ଆଶଙ୍କା । ୨୪ ଓ ୨୫ରେ ବର୍ଷିବା ନେଇ ପୂର୍ବାନୁମାନ କଲା ପାଣିପାଗ ବିଭାଗ । 

rain

କନକ ବ୍ୟୁରୋ: ପୁଣି ଆସୁଛି ବର୍ଷା । ରାଜ୍ୟରେ ଗତ କିଛିଦିନ ହେବ ବର୍ଷା ଜାରି ରହିଥିବା ବେଳେ ପାଗ ପରିବର୍ତ୍ତନ ହୋଇଛି । ଡିସେମ୍ବର ୨୪ ଓ  ୨୫ରେ ପୁଣି ବର୍ଷା ସହ ଘନ କୁହୁଡି ଦେଖିବାକୁ ମିଳିବ ବୋଲି  ପୂର୍ବାନୁମାନ କରଛି ପାଣିପାଗ ବିଭାଗ । ପଶ୍ଚିମା ଝଡ ପ୍ରଭାବରେ ବର୍ଷା ସମ୍ଭାବନା ରହିଛି । ୭ ଜିଲ୍ଲାରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ଆକଳନ କରିଛି ବିଭାଗ । କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ରାୟଗଡା ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୯ ଜିଲ୍ଲା ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ ଢେଙ୍କାନାଳ, ନୟାଗଡ, କନ୍ଧମାଳ, କୋରାପୁଟ ଏବଂ ମାଲକାନଗିରିରେ ମଧ୍ୟମ ଧରଣର ବର୍ଷା ହୋଇପାରେ । 

ସେହିପରି ୨୫ ତାରିଖରେ ୧୧ ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା ଥିବା ସୂଚନା ଦେଇଛି ବିଭାଗ । ଆଜି ଏବଂ କାଲି ଘନ କୁହୁଡି ନେଇ ୫ ଜିଲ୍ଲାକୁ ୟେଲୋ ଆଲର୍ଟ ରହିଛି । ୫ ଜିଲ୍ଲା କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା ଅନୁଗୁଳ ଓ କଳାହାଣ୍ଡିକୁ କୁହୁଡି ପାଇଁ ସତର୍କତା ଜାରି କରାଯାଇଛି । ୫ ଜିଲ୍ଲାରେ ୫୦ ମିଟର ତଳକୁ ଖସିବ ଦୃଶ୍ୟମାନ ଦୂରତା । ସେହିପରି ୨୬ରୁ ୨୮ ତାରିଖ ଯାଏଁ ଶୁଖିଲା ପାଗ ରହିବ । ୨୯ ତାରିଖରୁ ପୁଣି କୋହଲା ପାଗ ସହ ବର୍ଷା ସମ୍ଭାବନା ରହିଥିବା ବେଳେ ଆଗାମୀ ୩ ଦିନ ପରେ ଶୀତର ପ୍ରଭାବ ବଢ଼ିବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe