କନକ ବ୍ୟୁରୋ :  ପୂଜାକୁ ଫିକା କରିଛି ଲଗାଣବର୍ଷା । ଗତକାଲିଠୁ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଲଗାଣବର୍ଷା ଫଳରେ ଯାତାୟାତ ବାଧାପ୍ରାପ୍ତ ହେବା ସହ ପୂରା ଥଣ୍ଡା ପଡ଼ିଯାଇଛି ପୂଜା ବଜାର । କିଛି ସ୍ଥାନରେ ଜମିଛି ବର୍ଷା ପାଣି । କଳା ବାଦଲ ଘୋଟି ଆସିବା ସହ ପ୍ରବଳ ବର୍ଷାରେ ଭିଜିଛି ଦିଲ୍ଲୀ । ରାସ୍ତାଘାଟ ଦିଶୁନଥିବା ପରି ବର୍ଷାରେ ଦିଲ୍ଲୀର ବସଷ୍ଟପ, ରେଳ ଷ୍ଟେସନ ଓ ବିମାନ ରନୱେରେ ପାଣି ଜମିବା ଯୋଗୁ ଯାତାୟତ ବାଧାପ୍ରାପ୍ତ ହୋଇଛି ।

Advertisment