ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି; କେନ୍ଦୁଝର, ମୟୁରଭଞ୍ଜ ଓ ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ସମ୍ଭାବନା

Advertisment

କିଛି ସ୍ଥାନରେ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ଝଟ୍‌କା ପବନ ବହିବା ସହ ପ୍ରବଳ ବର୍ଷା ହୋଇପାରେ । ଏହା ସହ ଅନ୍ୟ ୧୭ ଜିଲ୍ଲା ପାଇଁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

କିଛି ସ୍ଥାନରେ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ଝଟ୍‌କା ପବନ ବହିବା ସହ ପ୍ରବଳ ବର୍ଷା ହୋଇପାରେ । ଏହା ସହ ଅନ୍ୟ ୧୭ ଜିଲ୍ଲା ପାଇଁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

Rain continues

Photograph: (Kanak News)

କନକ ବ୍ୟୁରୋ : ଆଜି ବି ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିବ ବର୍ଷା । ତିନି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । କିଛି ସ୍ଥାନରେ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ଝଟ୍‌କା ପବନ ବହିବା ସହ ପ୍ରବଳ ବର୍ଷା ହୋଇପାରେ । ଏହା ସହ ଅନ୍ୟ ୧୭ ଜିଲ୍ଲା ପାଇଁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏସବୁ ସ୍ଥାନରେ ବିଜୁଳି, ଘଡ଼ଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି ।

ଚଳିତ ବର୍ଷାଋତୁରେ ଆମ ରାଜ୍ୟ ଉତ୍ତର ଓ ଦକ୍ଷିଣରେ ଥିବା ଅଧିକାଂଶ ଜିଲ୍ଲାରେ ସ୍ୱାଭାବିକ ବା ତା’ଠୁ ଅଧିକ ବର୍ଷା ହୋଇଛି କିନ୍ତୁ ସେହି ତୁଳନାରେ କେନ୍ଦ୍ରୀୟ ଓଡ଼ିଶାରେ ବର୍ଷା କମ ହୋଇଛି । ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ମୁତାବକ, ଗତ ଜୁନ ୧ ତାରିଖରୁ ଜୁଲାଇ ୩୦ ତାରିଖ ଦୁଇ ମାସ ମଧ୍ୟରେ ରାଜ୍ୟରେ ସବୁ ଜିଲ୍ଲାରେ ବର୍ଷା ତାରତମ୍ୟ ଠିକ୍ ନାହିଁ । କେଉଁଠି ମେଞ୍ଚାଏ ତ କେଉଁଠି କେଞ୍ଚାଏ ଭଳି ସ୍ଥିତି ଦେଖିବାକୁ ମିଳିଛି । ୧୦ ଜିଲ୍ଲାରେ ବର୍ଷାର ପରିମାଣ ୩୬% ରୁ ୬୦ % ଅଧିକ ହୋଇଥିବା ବେଳେ ୪ ଜିଲ୍ଲାରେ ୨୦% ରୁ ୩୫ % କମ ବର୍ଷା ରେକର୍ଡ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe