ବର୍ଷା ସୃଷ୍ଟି କଲା ବନ୍ୟା: ମାଲାକାନଗିରିରେ ସ୍ଥିତି ବେହାଲ, ବାହ୍ୟଜଗତରୁ ବିଚ୍ଛିନ୍ନ

ଗଭୀର ଅବପାତ ପ୍ରଭାବରେ ମାଲକାନଗିରି ଓ କୋରାପୁଟରେ ପ୍ରବଳ ବର୍ଷା ହୋଇଛି । ମାଲକାନଗିରି ଜିଲ୍ଲା ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛି । ଏମଭି-୩୯ ଗାଁରେ ମେଗା ପାନୀୟ ଜଳ ପ୍ରକଳ୍ପରେ ଫସିଥିଲେ ୭ ଶ୍ରମିକ।

jhuukmu

କନକ ବ୍ୟୁରୋ: ଗଭୀର ଅବପାତ ପ୍ରଭାବରେ ମାଲକାନଗିରି ଓ କୋରାପୁଟରେ ପ୍ରବଳ ବର୍ଷା ହୋଇଛି । ମାଲକାନଗିରି ଜିଲ୍ଲା ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛି । ଏମଭି-୩୯ ଗାଁରେ ମେଗା ପାନୀୟ ଜଳ ପ୍ରକଳ୍ପରେ ଫସିଥିଲେ ୭ ଶ୍ରମିକ। ଏମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ରାସ୍ତା ଉପରେ ଡଙ୍ଗା ଚାଲିଛି । ବ୍ୟାଙ୍କ, ଦୋକାନ ବଜାର, ଏଟିଏମରେ ସବୁଠି ପାଣି ପଶିଛି ।

ମାଲକାନଗିରିରେ ଲଗାଣ ବର୍ଷା। ସମଗ୍ର ମାଲକାନଗିରି ଜିଲ୍ଲାରେ ୧୮୧ ମିମି ବର୍ଷା ରେକର୍ଡ ହୋଇ ଥିବା ବେଳେ କେବଳ ମାଲକାନଗିରି ଜିଲ୍ଲାରେ ୨୫୩ ମିମି ବର୍ଷା ରେକର୍ଡ ହୋଇଛି। ଲଗାଣ ବର୍ଷାରେ ଉବୁଟୁବୁ ମାଲକାନଗିରି ଜିଲ୍ଲା। ବାହ୍ୟ ଜଗତରୁ ବିଚ୍ଛିନ୍ନ ହେଲା ସମଗ୍ର ମାଲକାନଗିରି।

ଏମଭି-୩୯ ଗାଁରେ ମେଗା ପାନୀୟ ଜଳ ପ୍ରକଳ୍ପରେ ଫସିଥିଲେ ୭ ଶ୍ରମିକ। ମଝି ରାତିରୁ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ। ସେହିପରି କୁକୁଡା ଜଗିବାକୁ ଯାଇ ଫସିଗଲେ ୩ ଗ୍ରାମବାସୀ। ମାଲକାନଗିରି ତମସା ନଦୀ କୂଳରେ ଫସିଥିବା ୩ ଗ୍ରାମବାସୀଙ୍କୁ ଉଦ୍ଧାର କରିଛି ଅଗ୍ନିଶମ କର୍ମଚାରୀ। 
ସେପଟେ ହାଜତ ଭିତରେ ପଶିଲା ପାଣି। ବନ୍ୟା ଜଳରେ ପୋଟେରୁ ଅଧିକ ପ୍ରଭାବିତ ହୋଇ ଥିବା ବେଳେ ପୋଟେରୁ ଫାଣ୍ଡି ଭିତରେ ଆଣ୍ଠୁଏ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହୋଉଛି। ବାରାକ, ଷ୍ଟାଫ କ୍ବାର୍ଟର, ଗାଡି ଘୋଡା ସବୁ ଜଳାର୍ଣ୍ଣବ। 

ପୋଟେରୁ ଗାଁରେ ପାଣି। ଛାତ ଉପରେ ଆଶ୍ରୟ ନେଉଛନ୍ତି ଗାଁ ଲୋକେ। ଜାତୀୟ ରାଜପଥ ଉପରେ ଦେଶୀ ଡଙ୍ଗା ଓ ସ୍ପିଡ୍ ବୋଟ ଚାଲିଛି। ବ୍ୟାଙ୍କ, ଦୋକାନ ବଜାର, ଏଟିଏମ, ସବୁଠି ପାଣି ଆଉ ପାଣି। ଜଳମଗ୍ନ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବନ୍ୟା ବିପନ୍ନଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରାଯାଇଛି। 

ଦୁଇଦିନ ଧରି ଲଗାଣ ବର୍ଷାରେ ବେହାଲ କୋରାପୁଟ ଜିଲ୍ଲାର ବିଭିନ୍ନ ଅଞ୍ଚଳ। ଫସଲ ଜମିରେ ବନ୍ୟା ଜଳ ପଶିଥିବା ବେଳେ ଦଶମନ୍ତପୁର ବ୍ଲକରୁ ରାୟଗଡ଼ାକୁ ଯୋଗାଯୋଗ କରୁଥିବା ପିରିମାଚି ପୋଲ ଉପରେ ଦୁଇ ଫୁଟ୍ ଉପରେ ପାଣି। ଫଳରେ ଦଶମନ୍ତପୁର ବ୍ଲକର ୫ଟି ପଞ୍ଚାୟତକୁ ଯୋଗାଯୋଗ ବିଛିନ୍ନ ହୋଇଛି। ଉଭୟ ପାର୍ଶ୍ବରେ ଅଟକି ରହିଛି ଗାଡ଼ି। 

କେଉଁଠି ପୋଲ ଉପରେ ୨ ଫୁଟ୍ ଉଚ୍ଚରେ ବନ୍ୟା ଜଳ ପ୍ରବାହିତ ହେଉଛି ତ କେଉଁଠି ପାଣି ଘେର ଭିତରେ ବିଦ୍ୟୁତ ପ୍ରକଳ୍ପ। ଚିତ୍ରକୋଣ୍ଡା ଯୋଡ଼ାଆମ୍ବ ହସ୍ପିଟାଲ ଭିତରେ ପାଣି ପଶିବାରୁ ଚିକିତ୍ସା ବାଧାପ୍ରାପ୍ତ ହୋଇଛି। ଏହା ସତ୍ତ୍ବେ ରୋଗୀଙ୍କ ଚିକିତ୍ସା କରିବାକୁ ଭୁଲିନାହାନ୍ତି ଡାକ୍ତର। ବନ୍ୟା ତ ବନ୍ୟା, ଏହା ପରର ସ୍ଥିତି କିନ୍ତୁ ଆହୁରି ସାଂଘାତିକ ହୋଇପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe