ପ୍ରବଳ ଶୀତ ମଧ୍ୟରେ ଦିଲ୍ଲୀରେ ବର୍ଷା । ଭାଙ୍ଗିଲା ୧୦୧ ବର୍ଷର ରେକର୍ଡ

ପ୍ରବଳ ଶୀତ ମଧ୍ୟରେ ଦିଲ୍ଲୀରେ ପ୍ରବଳ ବର୍ଷା । ୧୦୧ ବର୍ଷରେ ରେକର୍ଡ ଭାଙ୍ଗିଲା ବର୍ଷା । ଦିନକ ମଧ୍ୟରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍ ଶନିବାର ସକାଳ ସାଢେ ୮ଟା ମଧ୍ୟରେ ଦିଲ୍ଲୀରେ ୪୧ ଦଶମିକ ୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

Rain 13

Rain 13 Photograph: (KanakNews )

କନକ ବ୍ୟୁରୋ : ପ୍ରବଳ ଶୀତ ମଧ୍ୟରେ ଦିଲ୍ଲୀରେ ପ୍ରବଳ ବର୍ଷା । ୧୦୧ ବର୍ଷରେ ରେକର୍ଡ ଭାଙ୍ଗିଲା ବର୍ଷା । ଦିନକ ମଧ୍ୟରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍ ଶନିବାର ସକାଳ ସାଢେ ୮ଟା ମଧ୍ୟରେ ଦିଲ୍ଲୀରେ ୪୧ ଦଶମିକ ୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଏହା ପୂର୍ବରୂ ୧୯୨୩ ମସିହା ଡିସେମ୍ବର ୩ ତାରିଖରେ ଦିଲ୍ଲୀରେ ଗୋଟିଏ ଦିନରେ ସର୍ବାଧିକ ୭୫ ଦଶମିକ ୭ ମିଲିମିଟର ବର୍ଷା ରେକର୍ଡ ହୋଇଥିଲା । ସେହିପରି ୧୯୦୧ ମସିହା ପରେ ଦିଲ୍ଲୀରେ ଡିସେମ୍ବର ମାସରେ ପଞ୍ଚମ ସର୍ବାଧିକ ବର୍ଷା ରେକର୍ଡ ହୋଇଛି । 

କେବଳ ଦିଲ୍ଲୀ ନୁହେଁ ଜମ୍ମୁ କାଶ୍ମୀରଠୁ ନେଇ ପଞ୍ଜାବ, ରାଜସ୍ଥାନ, ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା ଦେଖିବାକୁ ମିଳିଛି । ଗୋଟିଏ ପଟେ ବରଫପାତ କାରଣରୁ ପାରଦ ତଳମୁହାଁ ହୋଇଥିବା ବେଳେ ଅଦିନିଆ ବର୍ଷା ପ୍ରଭାବରେ ଥରହର ହେଉଛନ୍ତି ଉତ୍ତରଭାରତର ଜନସାଧାରଣ । ଜମ୍ମୁ କାଶ୍ମୀରର ରାମବାନ, ପୁଞ୍ଛ ସମେତ ବିଭିନ୍ନ ସ୍ଥାନରେ ବର୍ଷା ରେକର୍ଡ କରାଯାଇଛି । ପ୍ରବଳ ବରଫପାତ ସାଙ୍ଗକୁ ବର୍ଷାରେ ପର୍ୟ୍ୟଟକମାନେ ପ୍ରକୃତିକୁ ମନଭରି ଉପଭୋଗ କରିଛନ୍ତି ।    

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe