କନକ ବ୍ୟୁରୋ: ସାମ୍ଭାବ୍ୟ ବାତ୍ୟାକୁ ନେଇ ଆଇଏମଡି ଡିଜିଙ୍କ ସୂଚନା । କହିଲେ, ଏହା ସୁପର ସାଇକ୍ଲୋନ ଭଳି ନୁହେଁ । ଲଘୁଚାପ ସୃଷ୍ଟି ହେଲେ ପବନର ବେଗ ବଢିବ । ୨୩ ତାରିଖରୁ ଉପକୂଳ ଓଡିଶାରେ ବର୍ଷା ଆରମ୍ଭ ହେବ । ୨୪ ଓ ୨୫ରେ ପୂରା ଓଡିଶାରେ ବର୍ଷା । ଉପକୂଳରେ ଅଧିକ, ଆଭ୍ୟନ୍ତରୀଣରେ ବି ବର୍ଷିବ । ୨୪ ଓ ୨୫ ଗୁରୁତ୍ୱପୂର୍ଣ୍ଣ ଦିନ । ୨୪ରେ ଉପକୂଳ ଛୁଇଁବ ବାତ୍ୟା । ଲ୍ୟାଣ୍ଡଫଲ ବେଳେ ପବନର ବେଗ ୧୦୦ରୁ ୧୨୦ କିମି ରହିବ । 

Advertisment

ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ନେଇ ପୂର୍ବାନୁମାନ କରାଯାଉଛି । ଅଳ୍ପ କେତେକ ସ୍ଥାନରେ ୩୦ ସେଣ୍ଟିମିଟର  ଯାଏଁ ବର୍ଷା ହୋଇପାରେ । ଗୋଟିଏ ଦୁଇଟି ସ୍ଥାନରେ ୩୦ ସେଣ୍ଟିମିଟରରୁ ଅଧିକ ବର୍ଷା । 

ବର୍ଷା ପ୍ରଭାବରେ ତଳିଆ ଅଞ୍ଚଳ ଜଳମଗ୍ନ ହୋଇପାରେ । ଭୁସ୍ଖଳନ ବି ହୋଇପାରେ । କଚ୍ଚା ଘର ପ୍ରଭାବିତ ହୋଇପାରେ । ବର୍ଷା ପବନ ପ୍ରଭାବରେ ଗଛ ବି ଭାଙ୍ଗିପାରେ । ବିଦ୍ୟୁତ ସେବା ପ୍ରଭାବିତ ହୋଇପାରେ । ବର୍ଷା ଓ ପବନ ପ୍ରଭାବରେ ଚାଷ କ୍ଷତିଗ୍ରସ୍ତ ହୋଇପାରେ । 

ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ ଖୋର୍ଦ୍ଧା, ଗଞ୍ଜାମ, ଗଜପତିରେ ପ୍ରବଳ ବର୍ଷା ଆକଳନ କରାଯାଇଛି ।