ବର୍ଷା ଓ ବନ୍ୟା ଉଜାଡିଲା ଫସଲ, ଅମଳ ପୂର୍ବରୁ ସର୍ବସ୍ୱ ହରାଇଲା ଚାଷୀ

ମକା କ୍ଷେତକୁ ଦେଖିଲେ ଚାଷୀଙ୍କ ଛାତି ଫାଟି ଯାଉଛି । ଗଜପତି ଜିଲ୍ଲା କାଶୀନଗର ବ୍ଲକ ବଂଶଧାରା ନଦୀ କୂଳିଆ ଅଞ୍ଚଳ ଚାଷ ଜମି । ଫସଲ ଅମଳକ୍ଷମ ହେଲା ବେଳକୁ ଲଗାଣ ବର୍ଷା ଓ ବନ୍ୟା ଏପରି ଦାଉ ସାଧିଲା ଯେ ଚାଷୀ ସର୍ବସ୍ୱ ହରାଇଛି।

efew

Photograph: (kanak newsw)

କନକ ବ୍ୟୁରୋ: ଲଘୁଚାପ ଜନିତ ଲଗାଣ ବର୍ଷା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ଗଜପତି ଜିଲ୍ଲା। ରାସ୍ତାଘାଟ ଧନଜୀବନ ହାନି ହୋଇଥିବା ବେଳେ ବର୍ଷା ଚାଷୀଙ୍କୁ କନ୍ଦାଇ ଦେଇଛି। ବଂଶଧାରା ନଦୀର ବନ୍ୟା ଜଳରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ନଈକୂଳର ଫସଲ। ଚାଷ ସଂପୂର୍ଣ୍ଣ ନଷ୍ଟ ହୋଇଥିବାରୁ ସହାୟତା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ଚାଷୀ। 

ମକା କ୍ଷେତକୁ ଦେଖିଲେ ଚାଷୀଙ୍କ ଛାତି ଫାଟି ଯାଉଛି । ଗଜପତି ଜିଲ୍ଲା କାଶୀନଗର ବ୍ଲକ ବଂଶଧାରା ନଦୀ କୂଳିଆ ଅଞ୍ଚଳ ଚାଷ ଜମି । ଫସଲ ଅମଳକ୍ଷମ ହେଲା ବେଳକୁ ଲଗାଣ ବର୍ଷା ଓ ବନ୍ୟା ଏପରି ଦାଉ ସାଧିଲା ଯେ ଚାଷୀ ସର୍ବସ୍ୱ ହରାଇଛି। କେବଳ ମକା ନୁହେଁ ଗଜପତି ଜିଲ୍ଲା କାଶୀନଗର ବ୍ଲକର ନଈକୂଳିଆ ଅଞ୍ଚଳର ଧାନ, କପା, ଟମାଟୋ, ବାଇଗଣ ଆଦି ପରିବା ଚାଷ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । 

 ଚଳିତ ମାସ ୨ ରୁ ୪ ତାରିଖ ମଧ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷାରେ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ଲଗାଣ ବର୍ଷା ଚାଷୀଙ୍କ କ୍ଷତିକୁ ବହୁଗୁଣା କରିଛି । ତେବେ କ୍ଷୟକ୍ଷତି ଆକଳନ କରି ସରକାରଙ୍କୁ ରିପୋର୍ଟ ଦିଆଯିବ ଓ ଚାଷୀଙ୍କୁ ସ‌ହାୟତା ମିଳିବ ବୋଲି ଜିଲ୍ଲାପାଳ କହିଛନ୍ତି।
‎ବର୍ଷକର ପରିଶ୍ରମ ଉଜୁଡିଯାଇଥିବାରୁ ଚାଷୀଙ୍କ ତୁରନ୍ତ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe