କନକ ବ୍ୟୁରୋ : ମହାରାଷ୍ଟ୍ର ଏବଂ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ଗାଙ୍ଗେଟି ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଛତିଶଗଡ଼ ଉପରେ ସକ୍ରିୟ ରହିଛି। ଏହାର ପ୍ରଭାବରେ ଓଡିଶାରେ ଦିନ ତମାମ ଲାଗି ରହିଛି ବର୍ଷା । ଅନ୍ୟପଟେ ଆସନ୍ତାକାଲି ବି ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଆଳକନ କରିଛି ପାଣିପାଗ ବିଭାଗ। ଦେଖନ୍ତୁ କେଉଁ ଜିଲ୍ଲା ପାଇଁ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।
ଦିନ ତମାମ ଝଡି ବର୍ଷା ଲାଗି ରହିଥିବାବେଳେ ଆହୁରି ୨୪ ଘଣ୍ଟା ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । କାଲି ସକାଳ ସାଢେ ୮ଟା ଯାଏଁ ୨୧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ରାଜ୍ୟର ଅନେକ ସ୍ଥାନରେ ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ବର୍ଷା ସହ କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ରାଜ୍ୟରେ ଜାରି ରହିବ।
ଦିନ ତମାମ ବର୍ଷା ଲାଗି ରହିବା ଯୋଗୁଁ ଘରୁ ବାହାରିବା ମୁସ୍କିଲ ହୋଇ ପଡିଛି। ଲଗାଣ ବର୍ଷା ଯୋଗୁଁ ତଳିଆ ଅଂଚଳରେ ପାଣି ପଶିଛି। ନୀଳଗିରି ଅଂଚଳର କିଛି ଲୋକଙ୍କ ଘରେ ପାଣି ପଶିବା ଫଳରେ ଘରର କାନ୍ଥ ଭାଂଗି ପଡିଛି। ସେହିପରି ବର୍ଷା ଯୋଗୁଁ ଅନୁଗୁଳ ବଅଁରପାଳ ଅଂଚଳରେ ରେ ଭାଂଗି ଯାଇଛି ବୃଦ୍ଧାଙ୍କ ଘର। ବେସାହାରା ବୃଦ୍ଧା ଓ ପରିବାର।
କେବଳ ଘର ଭାଂଗିନି ବିଭିନ୍ନ ସ୍ଥାନରେ ଲଗାଣ ବର୍ଷାରେ ଜଳେଶ୍ଵର ବ୍ଲକ କମର୍ଦା-ବାଲିଆପାଳ ମୁଖ୍ୟ ରାସ୍ତାର ଝାଡପିମ୍ପଳ ଠାରେ ରାସ୍ତା ପାର୍ଶ୍ଵ ପ୍ରାୟ ୨୦ ଫୁଟ ତଳକୁ ଅତଡ଼ା ଧସି ଯାଇଛି। ସେହିପରି କୋଣାର୍କ ପରିସରରେ ପାଣି ଜମିଥିବା ଦେଖିବାକୁ ମିଳିଛି।
Follow Us