କନକ ବ୍ୟୁରୋ: ଭାରତୀୟ ରେଳ । ବିଶ୍ବର ସବୁଠୁ ବଡ଼ ରେଳ ନେଟୱର୍କ । ନିଇତି ପ୍ରାୟ ଅଢେଇ କୋଟିରୁ ଉର୍ଦ୍ଧ୍ବ ଲୋକ ଟ୍ରେନରେ ଯାତ୍ରା କରନ୍ତି । ସାଧାରଣତଃ ରିର୍ଜଭ କ୍ଲାସ୍ରେ ଯେତିକି ଲୋକ ଯାତ୍ରା କରନ୍ତି ଜେନେରାଲ କ୍ଲାସ୍ରେ ୧୦୦ ସିଟ୍ ଥିବା ପରେ ବି ୪୦୦ ଲୋକ ଗୋଟିଏ ଗୋଟିଏ ବଗିରେ ଯାତ୍ରା କରୁଥିବା ଦେଖିବାକୁ ମିଳେ । କାରଣ ହଠାତ୍ ଯିବାକୁ ହେଲେ ରିର୍ଜଭବେଶନରେ ଟିକେଟ୍ ମିଳେ ନାହିଁ । ତେଣୁ ଜେନେରାଲ କ୍ଲାସ୍ରେ ପେଲାଠେଲା ହୋଇ ଯାତ୍ରା କରନ୍ତି ଯାତ୍ରୀ । କିନ୍ତୁ ଏବେ ଯେମିତି ହେବନି । କାରଣ ଜେନେରାଲ ଶ୍ରେଣୀରେ ଯୋଡ଼ି ହେବ ଆହୁରି ଅନେକ ବଗି । ତେଣୁ ଭିଡ଼ କମିବା ସହିତ ଆହୁରି ଆରାମ ଦାୟକ ହେବ ଯାତ୍ରା ।
ଏଣିକି ଜେନେରାଲ ବଗିରେ ହେବନି ଜାମ୍
ସବୁ ଯାତ୍ରୀଙ୍କୁ ମିଳିବ ସିଟ୍
ଖୁବଶୀଘ୍ର ଟ୍ରେନ୍ରେ ଯୋଡ଼ା ଯିବ ନୂଆ ବଗି
ରେଲୱେର ବଡ଼ ପ୍ଲାନ୍
ଜେନେରାଲ କ୍ଲାସରେ ବି ସମସ୍ତେ ବସିକି ଯିବେ
କମ୍ ପଇସାରେ ଯାତ୍ରା କରିବାକୁ ହେଲେ ଇଣ୍ଡିଆନ ରେଲୱେ ହିଁ ସବୁଠୁ ଆଗରେ ରହିବ । ସେଇଥି ଲାଗି ତ ପ୍ରତିଦିନ କୋଟି କୋଟି ଲୋକ ଏଥିରେ ଯାତ୍ରା କରନ୍ତି । କିନ୍ତୁ ସିଟ୍ଠୁ ଅଧିକ ସଂଖ୍ୟାରେ ଯାତ୍ରୀ ଯାତ୍ରା କରୁଥିବା କାରଣରୁ ପ୍ରବଳ ଭିଡ଼ ହୁଏ । ତେଣୁ ଜେନେରାଲ ଶ୍ରେଣୀରେ ବଗି ସଂଖ୍ୟା ବଢାଇବାକୁ ଜୋରଦାର ପ୍ରସ୍ତୁତି କରୁଛି ରେଲୱେ ମନ୍ତ୍ରଣାଳୟ । ବଜେଟ୍ରେ ଏନେଇ ବି ଅର୍ଥ ବ୍ୟୟବରାଦ ହୋଇଛି । ରେଲୱେ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଆଗାମୀ ବର୍ଷେ ଭିତରେ ୬ ହଜାରରୁ ଅଧିକ ବଗି ନିର୍ମାଣ କରାଯିବ । ଯାହାଦ୍ବାର ପ୍ରାୟ ୬ ଲକ୍ଷ ଯାତ୍ରୀ ଉପକୃତ ହେବେ । ତେବେ ଜେନେରାଲ ବଗି ସେହି ଟ୍ରେନ୍ରେ ଯୋଡ଼ାଯିବ ଯେଉଁ ଟ୍ରେନ୍ରେ ଅଧିକ ଯାତ୍ରୀ ଯାତ୍ରା କରୁଥିବେ ।
ମାର୍ଚ୍ଚ ୨୦୨୬ ସୁଦ୍ଧା ସରିବ କୋଚ୍ କାମ
୨୫-୨୬ ବଜେଟ୍ରେ ରେଲୱେକୁ ଗୁରୁତ୍ବ ଦେଇଛନ୍ତି କେନ୍ଦ୍ର ସରକାର । ଯେଉଁଥି ଲାଗି ମନ୍ତ୍ରଣାଳୟ ଚିନ୍ତା କରୁଛି କି ଆଗାମୀ ବର୍ଷ ମାର୍ଚ୍ଚ ସୁଦ୍ଧା ୬ ହଜାର ଜେନେରାଲ ଶ୍ରେଣୀର ବଗି ତିଆରି କରାଯାଇ ଟ୍ରେନ୍ରେ ସଂଯୋଗ କରାଯିବ । ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାର, ପ୍ରାୟ ୧୭ ହଜାର ୫୦୦ ଜେନେରାଲ କୋଚ୍ ତିଆରି କରାଯିବ । ଯେଉଁଥି ଲାଗି ବଜେଟ୍ରେ ଟଙ୍କା ମଧ୍ୟ ମଞ୍ଜୁର ହୋଇ ସାରିଛି । ସବୁ ଜେନେରାଲ୍ ଶ୍ରେଣୀର ବଗି ନିର୍ମାଣ କରିବା ଲାଗି ୩ ବର୍ଷ ଡେଟ୍ ଲାଇନ୍ ରହିଛି । ପ୍ରତିବର୍ଷ ୬ ହଜାର କୋଚ୍ ନିର୍ମାଣ ଲାଗି ନିଷ୍ପତ୍ତି ହୋଇଛି ।
ଏହି ମାର୍ଚ୍ଚ ସୁଦ୍ଧା ୨୦୦ କୋଚ୍
ବଜେଟ୍ରେ ରେଳ ପାଇଁ ହୋଇଥିବା ଅର୍ଥ ବ୍ୟୟବରାଦକୁ ନେଇ ମନ୍ତ୍ରୀ କହିଛନ୍ତି, ଏହି ମାର୍ଚ୍ଚ ସୁଦ୍ଧା ୨୦୦ ବଗି ନିର୍ମାଣ କରାଯିବାର ଲକ୍ଷ୍ୟ ରହିଛି । ଠିକ୍ ସେମିତି ଆସନ୍ତାବର୍ଷ ମାର୍ଚ୍ଚ ସୁଦ୍ଧା ୨୦୦୦ କୋଚ୍ ନିର୍ମାଣ କରାଯାଇ ଟ୍ରାକ୍ରେ ଚାଲିବ ।
୨ କୋଚ୍ ପ୍ୟାକ୍ଟ୍ରିରେ ତିଆରି ହେବ ନୂଆ କୋଚ୍
ଆଗାମୀ ଦିନରେ ଟ୍ରାକ୍ରେ ଦୌଡ଼ିବାକୁ ଥିବା ନୂଆ ଜେନେରାଲ ଶ୍ରେଣୀର ବଗି ଦୁଇ ପ୍ୟାକ୍ଟ୍ରିରେ ତିଆରି ହେବ । ସୂଚନା ଅନୁସାରେ, ରାଏବରେଲୀ ଓ ଚେନ୍ନାଇରେ ଥିବା ଫ୍ୟାକ୍ଟ୍ରିରେ ହିଁ ତିଆରି ହେବ । ଖାଲି ଏତିକି ନୁହେଁ ବରଂ ନୂଆ କରି ତିଆରି ହେଉଥିବା କୋଚ୍ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମାଣ ହେବ ବୋଲି କୁହାଯାଇଛି । ମୋଟ୍ ଉପରେ ରେଲୱେ ଅନେକ କ୍ଷେତ୍ରରେ ବିକାଶ ଜାରି ରଖିଛି । ତେଣୁ ନୂଆ କୋଚ୍ ଆସିଲେ ଯାତ୍ରୀମାନେ ଅନେକ ଫାଇଦା ପାଇବେ ।