କନକବ୍ୟୁରୋ : ଭାରତୀୟ ରେଳ ଏବେ ବ୍ରିଟିଶ ଯୁଗର ପରିଚୟରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇ ସମୟ ସହିତ ନିଜକୁ ପରିବର୍ତ୍ତନ କରିବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ,ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରେଳ ଅଧିକାରୀମାନଙ୍କ ପାଇଁ ଦଶନ୍ଧି ପୁରୁଣା ବାଧ୍ୟତାମୂଳକ କଳା କୋଟ୍ ଡ୍ରେସ୍ କୋଡ୍ ସମାପ୍ତ କରିବାକୁ ଘୋଷଣା କରିଛନ୍ତି । ରେଳମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ବ୍ରିଟିଶ ଯୁଗରୁ ବ୍ୟବହୃତ ହେଉଥିବା କଳା ସୁଟ୍ ଏବଂ କୋଟ୍ ଆଉ ଆନୁଷ୍ଠାନିକ ପୋଷାକ ଭାବରେ ବ୍ୟବହୃତ ହେବ ନାହିଁ । ଏହି ନିଷ୍ପତ୍ତିକୁ କେବଳ ଡ୍ରେସ୍ କୋଡ୍ରେ ପରିବର୍ତ୍ତନ ଭାବରେ ନୁହେଁ ବରଂ ରେଳବାଇର କାର୍ଯ୍ୟ ସଂସ୍କୃତିରୁ ଔପନିବେଶିକ ମାନସିକତାକୁ ଦୂର କରିବା ପାଇଁ ଏକ ପ୍ରମୁଖ ପଦକ୍ଷେପ ଭାବରେ ମଧ୍ୟ ଦେଖାଯାଉଛି ।
କରୁର୍ ଦଳାଚକଟା ମାମଲା: ସିବିଆଇ ସମ୍ମୁଖରେ ହଜାର ହେବାକୁ ଦିଲ୍ଲୀରେ ପହଞ୍ଚିଲେ ବିଜୟ
ଏପର୍ଯ୍ୟନ୍ତ, ଯାଞ୍ଚ୍, ପରେଡ୍ ଏବଂ ସ୍ୱତନ୍ତ୍ର ସରକାରୀ କାର୍ଯ୍ୟ ସମୟରେ ରେଳ ଅଧିକାରୀମାନେ କଳା କୋଟ୍ ପିନ୍ଧିବା ବାଧ୍ୟତାମୂଳକ ଥିଲା। ଏହି ପୋଷାକ ବ୍ରିଟିଶମାନେ ସେମାନଙ୍କ ଶାସନ ସମୟରେ କର୍ତ୍ତୃତ୍ୱ ଏବଂ ଶୃଙ୍ଖଳାର ପ୍ରତୀକ ଭାବରେ ପ୍ରଚଳନ କରିଥିଲେ। କାର୍ଯ୍ୟଶୈଳୀ ହେଉ କିମ୍ବା ପୋଷାକ, ଆମକୁ ବ୍ରିଟିଶ ପ୍ରଭାବରୁ ଦୂରେଇ ଯିବାକୁ ପଡିବ। ଆମକୁ ଭାରତୀୟ ଶୈଳୀ ଉପରେ ନିର୍ଭର କରିବାକୁ ପଡିବ। କଳା କୋଟ୍ ହଟାଇବା ସହ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଚଳିତ ବର୍ଷ ପାଇଁ ଏକ ପ୍ରମୁଖ ରୋଡମ୍ୟାପ୍ ଉପସ୍ଥାପନ କରିଛନ୍ତି। ସେ ୫୨ ସପ୍ତାହରେ ୫୨ ବିକାଶର ଲକ୍ଷ୍ୟ ରଖିଛନ୍ତି।
ଏହା ଅନ୍ତର୍ଗତ ପ୍ରତି ସପ୍ତାହରେ ଏକ ନୂତନ ବିକଶିତ ଯୋଜନା କାର୍ଯ୍ୟକାରୀ କରାଯିବ। ସେବା, ଉତ୍ପାଦନ, ନିର୍ମାଣ ଏବଂ ସୁରକ୍ଷା ଭଳି ପ୍ରତ୍ୟେକ ବିଭାଗରେ ପ୍ରତି ସପ୍ତାହରେ ଏକ ନୂତନ ବିକାଶ ଯୋଜନା କାର୍ଯ୍ୟକାରୀ କରାଯିବ। ରେଳବାଇ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଏବଂ ଆଧୁନିକ ପ୍ରଯୁକ୍ତିବିଦ୍ୟାକୁ ଗ୍ରହଣ କରିବାକୁ ଯାଉଛି। ଯାହା ଦ୍ଵାରା ଗତ ୧୦୦ ବର୍ଷର ତ୍ରୁଟି ଦୂର ହୋଇପାରିବ। ଏହା ସହିତ, ରେଳମନ୍ତ୍ରୀ ନବସୃଜନ ପୁରସ୍କାର କାର୍ଯ୍ୟକାରୀ କରିବା ଘୋଷଣା କରିଛନ୍ତି। ରେଳବାଇର ବିକାଶରେ ଅବଦାନ ରଖୁଥିବା ଦଳଗୁଡ଼ିକୁ ନବସୃଜନ ପୁରସ୍କାର ପ୍ରଦାନ କରାଯିବ। ଶ୍ରେଷ୍ଠ ଦଳକୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନଗଦ ପୁରସ୍କାର ରାଶି ମିଳିବ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2026/01/12/dress-code-2026-01-12-12-43-59.jpg)