କନକ ବ୍ୟୁରୋ: ଘରେ  ସ୍ୱାମୀ ସ୍ତ୍ରୀଙ୍କ ଝଗଡା ଏକ ସାଧାରଣ କଥା । ହେଲେ ଏ ଝଗଡା ଯୋଗୁଁ ଯଦି ଚାକିରି ଚାଲିଯାଏ କି ପୁରା ଡିପାର୍ଟମେଣ୍ଟର କ୍ଷତି ହୁଏ ତାହା ବଡ ଘଟଣା । ଏଭଳି କିଛି ଘଟଣା ଘଟିଛି ବିଶାଖାପାଟଣାରେ । ଜଣେ ରେଲୱେ ଷ୍ଟେସନମାଷ୍ଟରଙ୍କ ସହ ଘଟିଛି ଏଭଳି ଘଟଣା ।

Advertisment

ରେଲୱେ କର୍ମଚାରୀଙ୍କ ବେପରୁଆ କାମ ଯୋଗୁଁ ଅନେକ ସମସୟରେ ଟ୍ରେନ୍ ଦୁର୍ଘଟଣା ଘଟୁଥିବା ଖବର ଆପଣ ଅନେକ ଥର ଶୁଣିଥିବେ । ହେଲେ ଏ ଘଟଣା ପୁରା ଅଲଗା । ଷ୍ଟେସନମାଷ୍ଟରଙ୍କର ତାଙ୍କ ସ୍ତ୍ରୀ ସହ ଝଗଡା ଯୋଗୁଁ ରେଲୱେ ବିଭାଗକୁ ୩ କୋଟିର କ୍ଷତି ସହିବାକୁ ପଡିଛି । ପ୍ରକୃତ କଥା ହେଉଛି ବିଶାଖାପାଟଣାର ଜନୈକ ଷ୍ଟେସନମାଷ୍ଟର ୨୦୧୧ରେ ବିବାହ କରିଥିଲେ । ବିବାହ ପୂର୍ବରୁ ପତ୍ନୀ ଅନ୍ୟ ଜଚ୍ଚଙ୍କ ସହ ସମ୍ପର୍କରେ ଥିଲେ । ବିବାହ ପରେ ବି ପ୍ରେମିକଙ୍କ ସମ୍ପର୍କ ଷ୍ଟେସନମାଷ୍ଟରଙ୍କ ବୈବାହିକ ଜୀବନକୁ ବିଶୃଙ୍ଖଳିତ କରିଥିଲା । ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ଅ;ନକ ସମୟରେ ପାଟିତୁଣ୍ଡ ହେଉଥିଲା । 

ପତ୍ନୀଙ୍କ ବାପା, ମା’ ଜ୍ୱାଇଁ ଅର୍ଥାତ୍ ଷ୍ଟେସନମାଷ୍ଟରଙ୍କୁ ଅନେକ ବୁଝାସୁଝା କରି ରଖିଥିଲେ । ହେଲେ ପତ୍ନୀ ବାରମ୍ବାର ଫୋନ୍ କରି ତାଙ୍କୁ ବିରକ୍ତ କରୁଥିଲେ । ଥରେ ଷ୍ଟେସନ୍ ମାଷ୍ଟର ଅଫିସରେ କାର୍ଯ୍ୟରେ ଥିବାବେଳେ ପତ୍ନୀ ଫୋନ୍ କରିଥିଲେ । ଦୁହିଁଙ୍କ ମଧ୍ୟରେ କିଛି ସମୟ ବଚସା ହେବା ପରେ ବିରକ୍ତ ହୋଇ ଘରକୁ ଗଲେ କଥା ହେବାକୁ କହିବା ସହ ‘ଓକେ’ କହି ଫୋନ୍ କାଟିଥିଲେ ଷ୍ଟେସନମାଷ୍ଟର । କିନ୍ତୁ ସେ ଜାଣିନଥିଲେ ତାଙ୍କ ମାଇକ୍ରୋଫୋନ୍ ଆକ୍ଟିଭ ଥିଲା ବୋଲି । ଅନ୍ୟପଟେ ଲାଇନରେ ଥିବା ଷ୍ଟେସନମାଷ୍ଟର ଭାବିଲେ ତାଙ୍କୁ ଓକେ ସିଗନାଲ ମିଳିଲା ବୋଲି  । ତେଣୁ , ସେ ଟ୍ରେନକୁ ସିଗନାଲ ଦେବାରୁ ଟ୍ରେନଟିକୁ ମାଓ ପ୍ରଭାବିତ ଇଲାକାକୁ ଗଡିବାକୁ ଅନୁମତି ଦେଇଦେଲେ । ଯଦିଓ କୌଣସି ଦୁର୍ଘଟଣା ହୋଇନଥିଲା କିନ୍ତୁ ରାତି ସମୟରେ ନିଷିଦ୍ଧାଞ୍ଚଳକୁ ଯିବାକୁ ଟ୍ରେନକୁ ସବୁଜ ସଙ୍କେତ ଦେଇଥିବାରୁ ରେଲୱେକୁ ପାଖାପାଖି ୩ କୋଯିର କ୍ଷତି ସହିବାକୁ ପଡିଲା ଏବଂ ଓକେ କହିଥିବା ଷ୍ଟେସନମାଷ୍ଟରଙ୍କ ଚାକିରି ମଧ୍ୟ ଗଲା । 

ପୂର୍ବରୁ ଷ୍ଟେସନମାଷ୍ଟର ପତ୍ନୀଙ୍କଠାରୁ ଛାଡପତ୍ର ଚାହୁଁଥିଲେ ବି ପତ୍ନୀ କିନ୍ତୁ ତାଙ୍କ ଉପରେ ଯୌତୁକ ନିର୍ଯାତନା ଓ ଅନ୍ୟ ଅଭିଯୋଗ ଲଗାଇ ଛାଡପତ୍ର ପାଇଁ  ସହମତି ଦେଉନଥିଲେ । କିନ୍ତୁ ଟ୍ରେନ ଅଘଟଣ ପରେ ତଦନ୍ତ ଆହୁରି ତୀବ୍ର ହୋଇଥିଲା । ତଦନ୍ତ କରୁ କରୁ ଜଣାପଡିଲା ଯେ, ପତ୍ନୀଙ୍କର ଭୁଲ ଥିଲା । ସେ ବାରମ୍ବାର ସ୍ୱାମୀଙ୍କୁ ଫୋନ କରି ମାନସିକ ଯାତନା ଦେଉଥିଲେ, ଯାହାକୁ କୋର୍ଟ ‘ମାନସିକ କ୍ରୁରତା’ ବୋଲି ଅଭିହିତ କରିବା ସହ ଷ୍ଟେସନମାଷ୍ଟରଙ୍କ ଛାଡପତ୍ର ଆବେଦନକୁ ମଂଜୁରୀ ଦେଇଛନ୍ତି । ତେବେ ଏଥିରୁ ଏତିକି ଶିକ୍ଷା ମିଳେ ବ୍ୟକ୍ତିଗତ ଜୀବନର କୌଣସି ସମସ୍ୟା ଯେପରି ଏକ ବ୍ୟାପକ ସ୍ୱାର୍ଥକୁ ହାନି ନକରୁ ।