ଜୁଆ ଆଡ୍ଡା ଉପରେ ଚଢାଉ ।  ୨୯ଲକ୍ଷରୁ ଅଧିକ ଟଙ୍କା ଜବତ, ୮୦ ଜଣ ଜୁଆଡି ଗିରଫ ।

ଘଟଣାସ୍ଥଳରୁ ୭୪ଟି ମୋବାଇଲ ଫୋନ ଓ ଜୁଆ ଖେଳରେ  ବ୍ୟବହୃତ ସାମଗ୍ରୀ ମଧ୍ୟ ପୁଲିସ ଜବତ କରିଛି । 

JUa

କନକ ବ୍ୟୁରୋ : ନୂଆପଡ଼ା ଜିଲ୍ଲା ଜଙ୍କ ଥାନା ଅଞ୍ଚଳରେ ଏକ ଜୁଆ ଆଡା ଉପରେ ପୁଲିସର ଚଢ଼ାଉ । ଜୁଆ ଆଡ୍ଡାରୁ ୨୯ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଥିବା ବେଳେ ୮୦ ଜଣ ଜୁଆଡିଙ୍କୁ ଗିରଫ କରିଛି ପୁଲିସ । ଘଟଣାସ୍ଥଳରୁ ୭୪ଟି ମୋବାଇଲ ଫୋନ ଓ ଜୁଆ ଖେଳରେ  ବ୍ୟବହୃତ ସାମଗ୍ରୀ ମଧ୍ୟ ପୁଲିସ ଜବତ କରିଛି । 

ଛତିଶଗଡ ସୀମାନ୍ତ ନୂଆପଡା ଜିଲ୍ଲାର ଜଙ୍କ ଥାନା ଅଞ୍ଚଳରେ ଏକ ବଡ଼ ଧରଣର ଜୁଆ ଆଡ୍ଡା ଚାଲିଥିବା ଖବର କୌଣସି ସୂତ୍ରରୁ ପାଇଥିଲା ପୁଲିସ । ଡିଜିପି ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶ କ୍ରମେ ପୁଲିସ ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଛି । ପୁଲିସର ଘଟଣାର ତଦନ୍ତ ଜାରି ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe