କନକ ବ୍ୟୁରୋ : ନବ ଦାସଙ୍କ ଭାଇ ବ୍ରଜ ଦାସଙ୍କ ଘରେ ଆଇଟି ରେଡ୍ । ଦ୍ବିତୀୟ ଦିନରେ ଜାରି ରହିଛି ଚଢ଼ାଉ । ସିଟି ଷ୍ଟେସନ ନିକଟସ୍ଥ ଭଡା ଘରେ ଏହି ରେଡ କରାଯାଉଛି । ଆୟକର ଫାଙ୍କିବା ଅଭିଯୋଗରେ ଏହି ରେଡ କରାଯାଉଛି । ୧୦ଟି ଇନୋଭା ଗାଡିରେ ବାହାରୁ ଟିମ୍ ଆସି ରେଡ କରାଯାଉଥିବା ସୂଚନା ମିଳିଛି । ତେବେ ରେଡ ସମ୍ପର୍କରେ କେହି ମୁହଁ ଖୋଲିନଥିବା ଜଣାପଡିଛି ।
ବହୁତ ପୂର୍ବରୁ ବ୍ରଜ ଆୟକର ଟ୍ୟାକ୍ସ ଦେଉନଥିଲେ ,୪ ବର୍ଷ ପୂର୍ବରୁ ମଧ୍ୟ ବ୍ରଜଙ୍କ ଘରେ ଆଇଟି ରେଡ୍ ହୋଇଥିଲା । ଏହା ଦ୍ବିତୀୟ ବାର ରେଡ୍ ହେଉଛି । ତେଣୁ ବ୍ରଜଙ୍କ ଉପରେ କିଛି ବଡ ଧରଣର ଅଭିଯୋଗ ରହିଥିବା ଅନୁମାନ କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/01/18/caqc2NdKVt6mzizlzw6g.jpg)