କନକ ବ୍ୟୁରୋ: ଚାକିରି ଶେଷ ଦିନରେ ଶନି ଦଶା । ବ୍ରହ୍ମପୁର ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଦିଲ୍ଲୀପ ଚୌଧୁରୀଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ତାଙ୍କର ଏକକାଳୀନ ୪ଟି ଠିକଣାରେ ଚଢାଉ ଚାଲିଛି । ବ୍ରହ୍ମପୁର ଧର୍ମନଗର, ମୟୂରୀ ବିହାର ଓ ବ୍ରହ୍ମପୁରସ୍ଥିତ କାର୍ଯ୍ୟାଳୟରେ ଚଢାଉ ଚାଲିଛି । ଏପଟେ ବାବୁଙ୍କ ଭୁବନେଶ୍ବର ଘରେ ପଡିଛି ତାଲା । ଆୟଠୁ ଅଧିକ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁରର ତିନିଟି ଓ ଭୁବନେଶ୍ବରର ଗୋଟିଏ ସ୍ଥାନରେ ରେଡ୍ କରାଯାଉଛି । ବ୍ରହ୍ମପୁର ଧର୍ମନଗର ସ୍ପେକ୍ଟ୍ରମ୍ ରୋୟାଲ ଆପାର୍ଟମେଣ୍ଟ ସ୍ଥିତ ଫ୍ଲାଟ, ମୟୂରୀବିହାରରେ ଥିବା ଦୁଇ ମହଲା କୋଠା, ଅଫିସ୍ ଓ ଭୁବନେଶ୍ବର ସହିଦ ନଗରରେ ଥିବା ଇଭୋସ୍ ପାର୍ଟମେଣ୍ଟରେ ରେଡ୍ କରୁଛନ୍ତି ଭିଜିଲାନ୍ସ ଅଧିକାରୀ । ଆଜି ଚାକିରିରୁ ଅବସର ନେଇଥାନ୍ତେ ଦିଲୀପ ଚୌଧୁରୀ ।
ସେହିପରି ଗତକାଲି ଭୁବନେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀଙ୍କ ଘରେ ଛାପା ମାରିଥିଲା ଭିଜିଲାନ୍ସ । ଜବତ ହୋଇଥିଲା କୋଟି କୋଟି ଟଙ୍କା । ଏଥିସହିତ ପୁରୀ ଓ ଅନୁଗୁଳରୁ ୭ଟି ପ୍ଲଟ୍ ଓ ୪ଟି ଫ୍ଲାଟ୍ ଠାବ ହୋଇଛି । ବାବୁଙ୍କ ଘରେ ଟଙ୍କା ଗଣି ଗଣି ଭିଜିଲାନ୍ସ ଅଧିକାରୀ ହାଲିଆ ହେଲେ ପଛେ ଟଙ୍କା ଗଣା ସରିପାରି ନଥିଲା । ଶେଷରେ ଟଙ୍କା ଗଣା ମେସିନ ଲାଗିଥିଲା । ଆଉ ଗୋଟିଏ ପଟେ ଝରକା ଖୋଲି ବିଡ଼ା ବିଡ଼ା ଟଙ୍କା ଫୋପାଡ଼ି ଦେଇଥିଲେ ଲାଞ୍ଚୁଆ ବାବୁ । ହାତରେ ମେଞ୍ଚା ମେଞ୍ଚା ଟଙ୍କାକୁ ବିକଳରେ ଫୋପାଡ଼ି ଦେଇଥିଲେ । ଘରେ ଏତେ ଟଙ୍କା ଥିଲା ଯେ, ଆଜବେଷ୍ଟସ୍ ଉପରକୁ କୋଟି କୋଟି ଟଙ୍କା ଫୋପାଡ଼ି ଦେଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/05/31/pSNB1j8iRoQVI2PnO3IW.jpg)