କନକ ବ୍ୟୁରୋ: ଭିଜିଲାନ୍ସ ଜାଲରେ ଆଠମଲ୍ଲିକ ବ୍ଳକ ସହକାରୀ ନିର୍ବାହୀ ଯନ୍ତ୍ରୀ ରାମ ଚନ୍ଦ୍ର ଶତପଥୀ । ବେଆଇନ ସମ୍ପତ୍ତି ଠୁଳ ମାମଲାରେ ଆଜି ଭିଜିଲାନ୍ସ ଚଢାଉ ବେଳେ ନିଜ  ଓ ସମ୍ପର୍କୀୟଙ୍କ ଘରୁ ପୁଳା ପୁଳା ଟଙ୍କା ଓ ଗହଣା ଜବତ ହୋଇଛି । ୯ଟି ଠିକଣାରେ ରେଡ ହୋଇଛି । ଯନ୍ତ୍ରୀଙ୍କ ଜ୍ବାଇଁଙ୍କ ଘରୁ ୨୨ ଲକ୍ଷ ନଗଦ ଟଙ୍କା ଓ ସୁନା ମିଳିଛି । 

Advertisment

ଲାଞ୍ଚୁଆ ବାବୁ ଆପଣାଇଥିଲେ ଲାଞ୍ଚଖିଆ ନୀତି, ବେଆଇନ ଭାବେ କମାଇଥିଲେ ଅମାପ ସମ୍ପତ୍ତି । ରେଡ୍ ବେଳେ ନିଜ ଘର ସମେତ ସମ୍ପର୍କୀୟଙ୍କ ଘରୁ ବାହାରୁଛି ପୁଳାପୁଳା ନଗଦ ଟଙ୍କା ଓ ସୁନାଗହଣା । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ସ୍କାନରକୁ ଆସିଛନ୍ତି ଆଠମଲ୍ଲିକ ବ୍ଳକ ସହକାରୀ ନିର୍ବାହୀ ଯନ୍ତ୍ରୀ ରାମ ଚନ୍ଦ୍ର ଶତପଥୀ । ଏକକାଳୀନ ଢେଙ୍କାନାଳ ସମେତ, ଅନୁଗୁଳ, କଟକ ଓ ଭବାନୀପାଟଣା ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି ।

 ଜ୍ବାଇଁ ତପନ କୁମାର ତ୍ରିପାଠୀଙ୍କ ଘରୁ ରେଡ ସମୟରେ ଭିଜିଲାନ୍ସ ହାତରେ ଲାଗିଛି ପୁଳାପୁଳା ଟଙ୍କା ଓ ଗହଣା । ୨୨ ଲକ୍ଷ ନଗଦ ଟଙ୍କା ସହ ୫୦୦ ଗ୍ରାମ୍ ସୁନା, ୨୦୦ ଗ୍ରାମ୍ ରୁପା ଏବଂ ଗୋଟିଏ ଦାମୀ କାର୍ ଜବତ ହୋଇଛି । ୧୯ରୁ ଅଧିକ ମୂଲ୍ୟବାନ ଜମିର ଖରିଦ ଦସ୍ତାବିଜ ସିଜ୍ କରାଯାଇଛି। ରାମ ଚନ୍ଦ୍ର ଶତପଥୀ ଏବଂ ଜ୍ବାଇଁଙ୍କୁ ଆଠମଲ୍ଲିକ ନେଇ ଜେରା କରିବା ସହ ଆୟ ବହିର୍ଭୁତ ସମ୍ପତ୍ତି ବାବଦରେ ପଚରାଉଚରା କରୁଛନ୍ତି ଭିଜିଲାନ୍ସ ଟିମ୍ ।