କନକ ବ୍ୟୁରୋ, କନକ ନ୍ୟୁଜର ବଡ଼ ପ୍ରଭାବ । ମୂଷାପୋଷ ପଥର ଖଣିରେ ପହଞ୍ଚିଲା ପ୍ରଶାସନ । ବନ ବିଭାଗ, ଖଣି ବିଭାଗ ଓ ରାଜସ୍ୱ ବିଭାଗ ମିଳିତ ଭାବେ ଚଢାଉ କରିଛନ୍ତି । ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ବ୍ଲକ ରୁକୁଡ଼ା ଡ୍ୟାମ୍ ନିକଟ ମୂଷାପୋଷ ପଥର ଖଣିରେ ବର୍ଷ ବର୍ଷ ଧରି ବେଆଇନ୍ ଭାବେ ବ୍ଲାଷ୍ଟିଂ ଚାଲିଛି । ଫଳରେ ଅନେକ ଜୀବନ ଚାଲିଯାଉଛି । ମୂଷାପୋଷ ଖଣିରେ ପାହାଡ଼କୁ ବ୍ଲାଷ୍ଟିଂ କରି ବଡ଼ ବଡ଼ ମେସିନ୍ ଲଗାଇ କୋଟି କୋଟି ଟଙ୍କାର ପଥର ଚୋରା ଚାଲାଣ କରାଯାଉଛି । ଏନେଇ ଅନେକଥର ଗ୍ରାମବାସୀ ଉପଜିଲ୍ଲାପାଳଙ୍କ ଠାରୁ ତହସିଲଦାର ସମସ୍ତଙ୍କ ପାଖରେ ଅଭିଯୋଗ କରିଥିଲେ । ଏନେଇ ଦିନକ ତଳେ କନକ ନ୍ୟୁଜରେ ଖବର ପ୍ରସାରଣ ହୋଇଥିଲା । ଶେଷରେ ପ୍ରଶାସନର ଚେତା ପଶିଛି ।
ମୂଷାପୋଷ ପଥର ଖଣିରେ ପହଞ୍ଚିଲା ପ୍ରଶାସନ : ବନ, ଖଣି ଓ ରାଜସ୍ୱ ବିଭାଗର ମିଳିତ ଚଢାଉ
କନକ ନ୍ୟୁଜର ବଡ଼ ପ୍ରଭାବ । ମୂଷାପୋଷ ପଥର ଖଣିରେ ପହଞ୍ଚିଲା ପ୍ରଶାସନ । ବନ ବିଭାଗ, ଖଣି ବିଭାଗ ଓ ରାଜସ୍ୱ ବିଭାଗ ମିଳିତ ଭାବେ ଚଢାଉ କରିଛନ୍ତି ।
/kanak/media/media_files/2025/04/12/dKSewi2bztTzAZalRhjp.jpg)