ମାଓବାଦୀଙ୍କ ଆଡ୍ଡା ଉପରେ ଚଢାଉ, ଏସ୍‌ଟିଏଫ୍‌ ଓ ସିଆରପିଏଫ୍‌ର ମିଳିତ ଚଢ଼ାଉରେ ଆଇଡି ଜବତ

ଏସ୍‌ଟିଏଫ୍‌ ଓ ସିଆରପିଏଫ୍‌ର ମିଳିତ ଚଢ଼ାଉରେ ଆଇଡି, ଡିଟୋନେଟର ଭଳି ବିସ୍ଫୋରକ ଜବତ, ୧୬ ମାଓ ବଙ୍କର ଧ୍ବଂସ

ମାଓ ଆଡ୍ଡା ଉପରେ ଚଢାଉ

ମାଓ ଆଡ୍ଡା ଉପରେ ଚଢାଉ Photograph: (kanakNews)

କନକ ବ୍ୟୁରୋ: ମାଓବାଦୀଙ୍କ ଆଡ୍ଡାସ୍ଥଳୀ ଉପରେ ଚଢାଉ । ଓଡିଶା-ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲର ପଶ୍ଚିମ ସିଂହଭୂମ ଅଞ୍ଚଳରେ ଏସ୍‌ଟିଏଫ ଓ ସିଆରପିଏଫର ମିଳିତ ଚଢାଉ । ଚଢ଼ାଉରେ ମାଓବାଦୀଙ୍କ ଆଡ୍ଡା ସ୍ଥଳୀକୁ ନଷ୍ଟ କରିଛନ୍ତି ଝାଡ଼ଖଣ୍ଡ ସୁରକ୍ଷା ବାହିନୀ । କେନ୍ଦ୍ର ସରକାରଙ୍କ ପକ୍ଷରୁ ମାଓ ଦମନ ପ୍ରକ୍ରିୟାକୁ ବଢାଇଛି ଚାଇବାସା ଏସ୍‌ଟିଏଫ ଓ ସିଆରପିଏଫ ।

ଝାଡ଼ଖଣ୍ଡ ଓଡିଶା ସୀମାନ୍ତ ଅଞ୍ଚଳ ପଶ୍ଚିମ ସିଂହଭୂମ ଅଞ୍ଚଳରେ ଏହି ଚଢ଼ାଉ କରାଯାଇଛି । ଚଢ଼ାଉ ରେ ୫ କେଜି ବିଶିଷ୍ଟ ୫ଟି ଆଇଡି, ଡେଟୋନେଟର, ବ୍ୟାନର ସହ ପୋଷ୍ଟର ଏବଂ ରେଡ଼ିଓ ଏବଂ ଅନ୍ୟ ମାଓ ସାମଗ୍ରୀ ଜବତ ହୋଇଛି । ସେହିଭଳି ୧୬ ଟି ମାଓ ବଙ୍କରକୁ ମଧ୍ୟ ଧ୍ୱଂସ କରାଯାଇଛି ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe