କନକ ବ୍ୟୁରୋ: ମାଓବାଦୀଙ୍କ ଆଡ୍ଡାସ୍ଥଳୀ ଉପରେ ଚଢାଉ । ଓଡିଶା-ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲର ପଶ୍ଚିମ ସିଂହଭୂମ ଅଞ୍ଚଳରେ ଏସ୍ଟିଏଫ ଓ ସିଆରପିଏଫର ମିଳିତ ଚଢାଉ । ଚଢ଼ାଉରେ ମାଓବାଦୀଙ୍କ ଆଡ୍ଡା ସ୍ଥଳୀକୁ ନଷ୍ଟ କରିଛନ୍ତି ଝାଡ଼ଖଣ୍ଡ ସୁରକ୍ଷା ବାହିନୀ । କେନ୍ଦ୍ର ସରକାରଙ୍କ ପକ୍ଷରୁ ମାଓ ଦମନ ପ୍ରକ୍ରିୟାକୁ ବଢାଇଛି ଚାଇବାସା ଏସ୍ଟିଏଫ ଓ ସିଆରପିଏଫ ।
ଝାଡ଼ଖଣ୍ଡ ଓଡିଶା ସୀମାନ୍ତ ଅଞ୍ଚଳ ପଶ୍ଚିମ ସିଂହଭୂମ ଅଞ୍ଚଳରେ ଏହି ଚଢ଼ାଉ କରାଯାଇଛି । ଚଢ଼ାଉ ରେ ୫ କେଜି ବିଶିଷ୍ଟ ୫ଟି ଆଇଡି, ଡେଟୋନେଟର, ବ୍ୟାନର ସହ ପୋଷ୍ଟର ଏବଂ ରେଡ଼ିଓ ଏବଂ ଅନ୍ୟ ମାଓ ସାମଗ୍ରୀ ଜବତ ହୋଇଛି । ସେହିଭଳି ୧୬ ଟି ମାଓ ବଙ୍କରକୁ ମଧ୍ୟ ଧ୍ୱଂସ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/04/07/xzuLheyTUv8Lj58ZGpm7.jpg)