ରାଜା ଚକ୍ର ଲିଙ୍କ୍‌ ମାମଲାରେ କେନ୍ଦୁଝର କୋଇଡ଼ା ମାଇନ୍ସ ଉପରେ ଚଢ଼ାଉ:  କ୍ରାଇମ୍‌ବ୍ରାଞ୍ଚ, ଏସଟିଏଫ୍, ଇଓଡବ୍ଲୁର ମିଳିତ ରେଡ୍‌

୩ଟି ଦାମୀ ଗାଡ଼ି ଜବତ । ବ୍ୟାପକ ହେରଫେର ନେଇ ଦସ୍ତାବିଜ୍‌ ଜବତ ।

ରାଜା ଚକ୍ର ଲିଙ୍କ୍‌ରେ ରେଡ୍

ରାଜା ଚକ୍ର ଲିଙ୍କ୍‌ରେ ରେଡ୍ Photograph: (kanakNews)

କନକ ବ୍ୟୁରୋ: ଗିରଫ ହେବା ପରେ ରାଜା ଚକ୍ରଙ୍କୁ ସମସ୍ୟା ଛାଡୁନି। କେନ୍ଦୁଝର କୋଇଡ଼ା ମାଇନ୍ସ ଉପରେ ଚଢ଼ାଉ କରାଯାଉଛି । କ୍ରାଇମ୍‌ବ୍ରାଞ୍ଚ, ଏସଟିଏଫ୍, ଇଓଡବ୍ଲୁର ମିଳିତ ଚଢ଼ାଉ କରାଯାଇଛି । ଚଢ଼ାଉ ପରେ ୩ଟି ଦାମୀ ଗାଡ଼ି ଜବତ କରାଯାଇଛି । ଏଥିସହ ବ୍ୟାପକ ହେରଫେର ନେଇ ଡକ୍ୟୁମେଣ୍ଟ ମଧ୍ୟ ଜବତ କରାଯାଇଛି । 

ସେପଟେ ଜାମିନ୍ ଆବେଦନ ଉପରେ ଶୁଣାଣି ନେଇ ଆଜି ରାଜା ଚକ୍ରଙ୍କୁ ବାଲେଶ୍ବର ଓପିଆଇଡି କୋର୍ଟରେ ହାଜର କରାଯାଇଛି ।  ଆସନ୍ତା ୫ତାରିଖରେ ଜାମିନ ଆବେଦନର ପରବର୍ତ୍ତୀ ଶୁଣାଣୀ ହେବ। ଗନ୍ଧମାର୍ଦ୍ଦନ ଲୋଡିଙ୍ଗ ଏଜେନ୍ସିରେ ଟଙ୍କା ହେରଫେର ଘଟଣାରେ ଗିରଫ ରାଜା ଚକ୍ରଙ୍କୁ ନେଇ ପୂର୍ବରୁ ଜେରା କରିଥିଲା କ୍ରାଇମବ୍ରାଞ୍ଚ ଓ ଇଓଡବ୍ଲୁ। 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe