କନକ ବ୍ୟୁରୋ: ଗିରଫ ହେବା ପରେ ରାଜା ଚକ୍ରଙ୍କୁ ସମସ୍ୟା ଛାଡୁନି। କେନ୍ଦୁଝର କୋଇଡ଼ା ମାଇନ୍ସ ଉପରେ ଚଢ଼ାଉ କରାଯାଉଛି । କ୍ରାଇମ୍ବ୍ରାଞ୍ଚ, ଏସଟିଏଫ୍, ଇଓଡବ୍ଲୁର ମିଳିତ ଚଢ଼ାଉ କରାଯାଇଛି । ଚଢ଼ାଉ ପରେ ୩ଟି ଦାମୀ ଗାଡ଼ି ଜବତ କରାଯାଇଛି । ଏଥିସହ ବ୍ୟାପକ ହେରଫେର ନେଇ ଡକ୍ୟୁମେଣ୍ଟ ମଧ୍ୟ ଜବତ କରାଯାଇଛି ।
ସେପଟେ ଜାମିନ୍ ଆବେଦନ ଉପରେ ଶୁଣାଣି ନେଇ ଆଜି ରାଜା ଚକ୍ରଙ୍କୁ ବାଲେଶ୍ବର ଓପିଆଇଡି କୋର୍ଟରେ ହାଜର କରାଯାଇଛି । ଆସନ୍ତା ୫ତାରିଖରେ ଜାମିନ ଆବେଦନର ପରବର୍ତ୍ତୀ ଶୁଣାଣୀ ହେବ। ଗନ୍ଧମାର୍ଦ୍ଦନ ଲୋଡିଙ୍ଗ ଏଜେନ୍ସିରେ ଟଙ୍କା ହେରଫେର ଘଟଣାରେ ଗିରଫ ରାଜା ଚକ୍ରଙ୍କୁ ନେଇ ପୂର୍ବରୁ ଜେରା କରିଥିଲା କ୍ରାଇମବ୍ରାଞ୍ଚ ଓ ଇଓଡବ୍ଲୁ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/04/03/2WAvAqDsX9DIT4reiLCt.jpg)