କଟକ ଭିରୁଡ଼ା ଗାଁରେ ଚୋରା ଦେଶୀ ମଦ ଭାଟି ଉପରେ ଚଢ଼ାଉ, ମାଟିରେ ମିଶିଲା ଦେଶୀ ରନ୍ଧା ମଦ ଭାଟି

ଭିରୁଡା ଗାଁରେ ଉପଜିଲ୍ଲାପାଳଙ୍କ ନେତୃତ୍ବରେ ଆଠଗଡ଼ ଡିଏସପି, ଆଇଆଇସି, ତିଗିରିଆ ଅବକାରୀ ଉପ ଅଧିକ୍ଷକ, ବନବିଭାଗ,  ବିଦ୍ୟୁତ ବିଭାଗ ସମେତ ଏକ ପ୍ଲାଟୁନ ପୋଲିସ୍ ଫୋର୍ସ ଚଢ଼ାଉ କରିଥିଲେ। ଦୀର୍ଘ ବର୍ଷ ଧରି ଏହି ଗାଁରେ ଚୋରା ଦେଶୀ ମଦ ରନ୍ଧା ହୋଇ ଓଡ଼ିଶାର ବିଭିନ୍ନ ସ୍ଥାନକୁ ଚୋରା ଚାଲାଣ ହେଉଥିବା ଅଭିଯୋଗ ହେଉଥିଲା।

33

କନକ ବ୍ୟୁରୋ:  ମଦଭାଟିରେ ଚାଲିଲା ବୁଲଡୋଜର। ମାଟିରେ ମିଶିଲା ଚୋରା ଦେଶୀ ରନ୍ଧା ମଦ ଭାଟି। ଜବତ ହେଲା କୁଇଣ୍ଟାଲ କୁଇଣ୍ଟାଲ କାଠ। କଟକ ତିଗିରିଆ ଥାନା ଭିରୁଡ଼ା ଗାଁରେ ଚୋରା ଦେଶୀ ମଦ ଭାଟି ଉପରେ ବଡ଼ ଧରଣର ମିଳିତ ଚଢାଉ କରିଛି ଅବକାରୀ ବିଭାଗ। ଘଟଣାସ୍ଥଳରୁ ଭାଟି ଛାଡ଼ି ମଦ ମାଫିଆ ଫେରାର୍ ହୋଇଯାଇଛନ୍ତି। ଭିରୁଡା ଗାଁରେ ଉପଜିଲ୍ଲାପାଳଙ୍କ ନେତୃତ୍ବରେ ଆଠଗଡ଼ ଡିଏସପି, ଆଇଆଇସି, ତିଗିରିଆ ଅବକାରୀ ଉପ ଅଧିକ୍ଷକ, ବନବିଭାଗ,  ବିଦ୍ୟୁତ ବିଭାଗ ସମେତ ଏକ ପ୍ଲାଟୁନ ପୋଲିସ୍ ଫୋର୍ସ ଚଢ଼ାଉ କରିଥିଲେ। ଦୀର୍ଘ ବର୍ଷ ଧରି ଏହି ଗାଁରେ ଚୋରା ଦେଶୀ ମଦ ରନ୍ଧା ହୋଇ ଓଡ଼ିଶାର ବିଭିନ୍ନ ସ୍ଥାନକୁ ଚୋରା ଚାଲାଣ ହେଉଥିବା ଅଭିଯୋଗ ହେଉଥିଲା। ଏବେ ପ୍ରଶାସନର ମିଳିତ ଚଢ଼ାଉରେ ଦେଶୀମଦ ଭାଟିରେ ଚାଲିଛି ବୁଲଡୋଜର। ଆଠଗଡ଼ ଅଞ୍ଚଳକୁ ସଂପୁର୍ଣ୍ଣ ଦେଶୀମଦ ମୁକ୍ତ କରିବା ସହିତ ଦେଶୀମଦ ମାଫିଆଙ୍କ ଅଣ୍ଟା ଭାଙ୍ଗି ଦେଇଛନ୍ତି ଆଠଗଡ଼ ପ୍ରଶାସନ। ତେବେ ଆଗକୁ ଜୋରଦାର ଚଢ଼ାଉ କରାଯିବ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ସେହିଭଳି ମାଟି ତଳେ ଗାତ ଖୋଳି ପୋତା ଯାଇଥିଲା ମହୁଲ ପୋଚ ଓ ଦେଶୀ ମଦ, ଜବତ କଲା ଅବକାରୀ ବିଭାଗ।  ଦଶହରା ପୂର୍ବରୁ କୋରାପୁଟରେ ଅବକାରୀ ବିଭାଗର ୨୦ ଜଣିଆ ଟିମ୍ ପକ୍ଷରୁ ବଡ଼ ଧରଣର ଚଢ଼ାଉ। ୧୫ ହଜାର ଲିଟର ମହୁଲ ପୋଚ ଏବଂ ୧୧ ଶହ ଲିଟର ଦେଶୀ ମଦ ଜବତ କରିବା ସହ ନଷ୍ଟ କରାଯାଇଛି। କୋରାପୁଟ ଜିଲ୍ଲା ଅବକାରୀ ଅଧିକ୍ଷକ ଅରୁଣ କୁମାର ପାଢ଼ୀଙ୍କ ନିର୍ଦ୍ଦେଶରେ ଲିମା ଗାଁରେ ନନ୍ଦପୁର ଅବକାରୀ ଇନ୍ସପେକ୍ଟର ଓ କୁନ୍ଦୁରା ଥାନା ଆଇଆଇସି ଚଢ଼ାଉ କରିଛନ୍ତି । ମଦ ରନ୍ଧା ଯାଇ ମାଟି ତଳେ ଏବଂ ଝରଣା କୂଳରେ ଗାତ ଖୋଳି ପୋତା ଯାଇଥିବା ୧୫ ହଜାର ମହୁଲ ପୋଚ ଏବଂ ୧୧ ଶହ ଲିଟର ଦେଶୀ ମଦ ଜବତ କରିବା ସହ ମଦ ଭାଟିକୁ ନଷ୍ଟ କରାଯାଇଛି । ବୈପାରିଗୁଡା ଅଞ୍ଚଳରେ ବେଆଇନ ଭାବେ ରନ୍ଧା ଯାଉଥିବା ଦେଶୀ ମଦ ଭାଟି ଉପରେ ଲଗାତାର ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ ଜାରି ରହିଥିବା ବେଳେ ଲିମାଗାଁରେ ବଡ଼ ଧରଣର ଚଢ଼ାଉ ହୋଇଛି । ଚଢ଼ାଉ ବେଳେ ଚୋରା ମଦ ବ୍ୟବସାୟୀ ଓ ମାଫିଆ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe