କନକ ବ୍ୟୁରୋ: ବେଆଇନ ଗୁଟଖା ତିଆରି କାରଖାନା ଉପରେ ଚଢାଉ । ବିପୁଳ ପରିମାଣରେ ଗୁଟଖା ସହ ପ୍ରସ୍ତୁତି ସାମଗ୍ରୀ ଓ ମେସିନ ଠାବ । ବ୍ରହ୍ମପୁର ସଦର ଥାନା ବାଉଁଶିଆପଲ୍ଲୀରେ ଥିବା ବେଆଇନ ଗୁଟଖା କାରଖାନା ଉପରେ ପୋଲିସ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି । ଏହି ଚଢାଉ ସମୟରେ ଜବତ ହୋଇଛି ବହୁ ପରିମାଣର ଗୁଟଖା, ପ୍ରସ୍ତୁତି ସାମଗ୍ରୀ ଓ ମେସିନ ଠାବ । ନିକଟରେ ହୋଇଥିବା ନକଲି ତେଲ ଚଢ଼ାଉ ଲିଙ୍କରେ ବେଆଇନ ଗୁଟଖା କାରଖାନା ଉପରେ ପୋଲିସ ପକ୍ଷରୁ ଏହି ଚଢ଼ାଉ କରାଯାଇଥିବା ଜଣାପଡିଛି ।