କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ରଙ୍କ ଝିଅ ଜ୍ବାଇଁ ବୋଲି ପରିଚୟ ଦେଇ ଠକେଇ କରିଥିବା ହଂସିତା ଅଭିଲିପ୍ସାଙ୍କ ପ୍ରକୃତ ସ୍ଵାମୀ ସରୋଜଙ୍କ ଘରେ ଚଢାଉ ।ସ୍ପେଶାଲ୍ କ୍ରାଇମ୍ ୟୁନିଟ ଓ ଆୟକର ବିଭାଗ ମିଳିତ ଭାବେ ରେଡ୍ କରିଛନ୍ତି । ପଟିଆ ରଘୁନାଥପୁର ଅଞ୍ଚଳର ଏକ ଆପାର୍ଟମେଣ୍ଟରେ ଥିବା ଫ୍ଲାଟରେ ରେଡ୍ ହୋଇଛି ।
ଉଭୟ ହଂସିତା ଓ ଅନୀଲ ମହାନ୍ତିଙ୍କୁ ଏହି ଫ୍ଲାଟକୁ ଅଣାଯାଇଛି । ଉଭୟଙ୍କୁ ଆଜି ଗୋଟିଏ ଦିନ ପାଇଁ ରିମାଣ୍ଡ ରେ ନେବାକୁ କୋର୍ଟ ଅନୁମତି ଦେଇଥିବା ବେଳେ ଅଧିକରୁ ଅଧିକ ତଥ୍ୟ ବାହାର କରିବାକୁ ଚେଷ୍ଟା କରୁଛି ସ୍ପେଶାଲ୍ କ୍ରାଇମ୍ ୟୁନିଟ । ତେବେ ରିମାଣ୍ଡ ବେଳେ କାନ୍ଦି ପକାଇଥିଲେ ହଂସିତା । ତାଙ୍କୁ ଫସେଇ ଦିଆଯାଇଥିବା କହିଥିଲେ । ଉଭୟଙ୍କର ଠକେଇ ସିଣ୍ଡିକେଟ ନେଇ ଅଧିକ ଖୋଳତାଡ଼ କରୁଛି ସ୍ପେଶାଲ କ୍ରାଇମ୍ ୟୁନିଟ୍ ଓ ଆୟକର ବିଭାଗ ।