କନକ ବ୍ୟୁରୋ : କଟକ ଜଗତପୁର ଥାନା ଅନ୍ତର୍ଗତ ଖଇରାପୋଲ ନିକଟରେ ଥିବା ସୁନାରୀବଣ ଅଞ୍ଚଳରେ ଏକ ନକଲି ମୋବିଲ୍ କାରଖାନା ଠାବ ହୋଇଛି । ପୁଲିସ ଏବଂ ୱେଟ୍ ଆଣ୍ଡ୍ ମେଜରମେଣ୍ଟ୍ ବିଭାଗର ମିଳିତ ଚଢ଼ାଉ ହୋଇଛି । ଜଗତପୁର ଥାନା ଅଧିକାରୀ ମନୋରଞ୍ଜନ ନାୟକଙ୍କ ନେତୃତ୍ବରେ ଏହି ଚଢ଼ାଉ ଚାଲିଛି । କମ୍ପାନି ମାଲିକ ଫେରାର ଥିବାବେଳେ ମ୍ୟାନେଜରଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଥିବା ଜଣାପଡ଼ିଛି ।
ସୁନାରୀବଣ ଅଞ୍ଚଳରେ ଏହି ନକଲି ମୋବିଲ କାରଖାନା ୨୦୧୬ରୁ ଚାଲୁଥିବା ଜଣାପଡ଼ିଛି । ଏଠାରେ ପୋଡ଼ା ମୋବିଲରୁ ନୂଆ ମୋବିଲ୍, ଗ୍ରିସ୍, ଇଞ୍ଜିନ୍ ଅଏଲ୍ ଆଦି ପ୍ରସ୍ତୁତ କରାଯାଇ ବଜାରକୁ ଛଡ଼ା ଯାଉଥିଲା । ଏଠାରୁ କୋଟି କୋଟି ଟଙ୍କାର ଉକ୍ତ ସାମଗ୍ରୀ ପ୍ରସ୍ତୁତ ହେଉଥିଲା । ଘଟଣାସ୍ଥଳରୁ ପୁଲିସ ଶହ ଶହ ଡ୍ରମରେ ଭର୍ତ୍ତି ଥିବା ନକଲି ମୋବିଲ, ଗ୍ରିସ୍, ଇଞ୍ଜିନ୍ ଅଏଲ୍ ଆଦି ଜବତ କରିଛି । ତେବେ ଚଢ଼ାଉ ସମ୍ପର୍କରେ ସୁରାକ୍ ପାଇ କାରଖାନା ମାଲିକ ଫେରାର ହୋଇଯାଇଛନ୍ତି ।
ସୂଚନା ଅନୁଯାୟୀ, ସୁନାରୀବଣ ଅଞ୍ଚଳରେ ଦୀର୍ଘ ଦିନ ଧରି ଏକ ନକଲି ମୋବିଲ କାରଖାନା ଚାଲିଛି । ଏଠାରେ ପୋଡ଼ା ମୋବିଲରୁ ନୂଆ ମୋବିଲ, ଗ୍ରିସ୍, ଇଞ୍ଜିନ୍ ଅଏଲ୍ ଆଦି ପ୍ରସ୍ତୁତ କରାଯାଇ ବଜାରକୁ ଛଡ଼ାଯାଉଥିଲା । ଏଠାରୁ କୋଟି କୋଟି ଟଙ୍କାର ଉକ୍ତ ସାମଗ୍ରୀ ପ୍ରସ୍ତୁତ ହେଉଥିଲା । ଘଟଣାସ୍ଥଳରୁ ପୁଲିସ ଶହ ଶହ ଡ୍ରମରେ ଭର୍ତ୍ତି ଥିବା ନକଲି ମୋବିଲ, ଗ୍ରିସ୍, ଇଞ୍ଜିନ୍ ଅଏଲ୍ ଆଦି ଜବତ କରିଛି । ତେବେ ଚଢ଼ାଉ ସମ୍ପର୍କରେ ସୁରାକ୍ ପାଇ କାରଖାନା ମାଲିକ ଫେରାର ହୋଇଯାଇଛନ୍ତି ।