ଭିଜିଲାନ୍ସ ଜାଲରେ ସୂର୍ଯ୍ୟ ପାଟ୍ଟଯୋଶୀ ; ୯ଟି ସ୍ଥାନରେ ଚଢଉ କରୁଛି ଟିମ୍

ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଟଣୀ ମ୍ୟୁନିସିପାଲଟି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଘରେ ରେଡ୍ । ବ୍ରହ୍ମପୁର, ଜଟଣୀ ଓ ଭୁବନେଶ୍ବର ବାସଭବନରେ ଚଢ଼ଉ କରୁଛି ୯ଟି ଟିମ୍ । ର୍ଭୂ

ଭିଜିଲାନ୍ସ ରେଡ୍

ଭିଜିଲାନ୍ସ ରେଡ୍ Photograph: (କନକ ନ୍ୟୁଜ୍)

କନକ ବ୍ୟୁରୋ: ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଟଣୀ ମ୍ୟୁନିସିପାଲଟି କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟ ପାଟ୍ଟଯୋଶୀଙ୍କ ନିଜସ୍ବ ବାସଭବନ ଓ ସମ୍ପର୍କୀୟ ଘର ସମେତ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛନ୍ତି ଭିଜିଲାନ୍ସର ୯ଟି ଟିମ୍ । ବ୍ରହ୍ମପୁର ସହରର ଗୋବିନ୍ଦ ନଗରଠାରେ ଥିବା ନିଜ ଘର ଓ ଅର୍ଦ୍ଧନିର୍ମିତ କୋଠା ଘରେ ଚାଲିଛି ଚଢଉ । ସେହିପରି ଲାଞ୍ଜିପଲ୍ଲୀ ଠାରେ ରହୁଥିବା ସୂର୍ଯ୍ୟଙ୍କ ଶଳାଙ୍କ ଘରେ ମଧ୍ୟ ଭିଜିଲାନ୍ସର ଏକ ଟିମ୍ ଚଢଉ କରିଛି । 

ଅନ୍ୟପଟେ ଜଟଣୀ ଓ ଭୁବନେଶ୍ୱର ବାସଭବନରେ ମଧ୍ୟ ଚଢଉ ଜାରି ରହିଥିବା ସୂଚନା ମିଳିଛି । କଟକ ଭିଜିଲାନ୍ସ ଟିମ୍ ପକ୍ଷରୁ ଏହି ଚଢଉ ଜାରି ରହିଥିବା ସୂଚନା ମିଳିଛି । ଗଞ୍ଜାମ ଜିଲ୍ଲା ସୋରଡ଼ାରେ ଥିବା ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢଉ ଚାଲିଛି।  ଗତ ୩ବର୍ଷ ମଧ୍ୟରେ ମାତ୍ରାଧିକ ଆୟ କରିଥିବା ସୂର୍ଯ୍ୟଙ୍କ ନାମରେ ଅଭିଯୋଗ ଆସିବା ପରେ ଭିଜିଲାନ୍ସ ଚଢଉ କରୁଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe