କନକ ବ୍ୟୁରୋ: ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଟଣୀ ମ୍ୟୁନିସିପାଲଟି କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟ ପାଟ୍ଟଯୋଶୀଙ୍କ ନିଜସ୍ବ ବାସଭବନ ଓ ସମ୍ପର୍କୀୟ ଘର ସମେତ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛନ୍ତି ଭିଜିଲାନ୍ସର ୯ଟି ଟିମ୍ । ବ୍ରହ୍ମପୁର ସହରର ଗୋବିନ୍ଦ ନଗରଠାରେ ଥିବା ନିଜ ଘର ଓ ଅର୍ଦ୍ଧନିର୍ମିତ କୋଠା ଘରେ ଚାଲିଛି ଚଢଉ । ସେହିପରି ଲାଞ୍ଜିପଲ୍ଲୀ ଠାରେ ରହୁଥିବା ସୂର୍ଯ୍ୟଙ୍କ ଶଳାଙ୍କ ଘରେ ମଧ୍ୟ ଭିଜିଲାନ୍ସର ଏକ ଟିମ୍ ଚଢଉ କରିଛି ।
ଅନ୍ୟପଟେ ଜଟଣୀ ଓ ଭୁବନେଶ୍ୱର ବାସଭବନରେ ମଧ୍ୟ ଚଢଉ ଜାରି ରହିଥିବା ସୂଚନା ମିଳିଛି । କଟକ ଭିଜିଲାନ୍ସ ଟିମ୍ ପକ୍ଷରୁ ଏହି ଚଢଉ ଜାରି ରହିଥିବା ସୂଚନା ମିଳିଛି । ଗଞ୍ଜାମ ଜିଲ୍ଲା ସୋରଡ଼ାରେ ଥିବା ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢଉ ଚାଲିଛି। ଗତ ୩ବର୍ଷ ମଧ୍ୟରେ ମାତ୍ରାଧିକ ଆୟ କରିଥିବା ସୂର୍ଯ୍ୟଙ୍କ ନାମରେ ଅଭିଯୋଗ ଆସିବା ପରେ ଭିଜିଲାନ୍ସ ଚଢଉ କରୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/03/25/oeMf1seVJS1AZGGA5m0R.jpg)