କନକ ବ୍ୟୁରୋ : ସାଲିଆସାହିରେ ଦେଶୀ ମଦ ଆଡ୍ଡା ଉପରେ ଚଢ଼ାଉ । ଜବତ ହେଲା ଶହ ଶହ ଲିଟର ଦେଶୀମଦ । ରନ୍ଧା ମଦ, ପୋଚ ତିଆରି ହେଉଥିବା ଖବର ପାଇବା ପରେ ଆଜି ସକାଳୁ ଭୁବନେଶ୍ୱର ଅବକାରୀ ଟିମ ଚଢ଼ାଉ କରିଥିଲା ।  ଅବକାରୀ କମିଶନର ନରସିଂହ ଭୋଳଙ୍କ ନିର୍ଦ୍ଦେଶକ୍ରମେ ଚଢାଉକୁ ବ୍ୟାପକ କରାଯାଇଥିଲା । ସାଲିଆସାହିର ପ୍ରତେକ ଘରେ ମଦ ପ୍ରସ୍ତୁତ ହେଉଥିବା ଦେଖିବାକୁ ପାଇଥିଲା ଅବକାରୀ ବିଭାଗ ।

Advertisment

ଘର ଭିତରେ ସୁଡଙ୍ଗ କରି ତିଆରି ହେଉଥିଲା ମଦ। ଦୁଇଦିନ ତଳେ କମିଶନରେଟ ପୋଲିସ ପକ୍ଷରୁ ମଧ୍ୟ ଚଢ଼ାଉ କରାଯାଇଥିଲା । ଚଢ଼ାଉ ବେଳେ ମଧ୍ୟ ହଜାର ହଜାର ଲିଟର ଦେଶୀ ମଦ ଜବତ କରାଯାଇଥିଲା । ଏଠାରେ ପ୍ରଶ୍ନ ଉଠୁଛି ପୋଲିସ ଓ ଅବକାରୀ ବିଭାଗ ବାରମ୍ବାର ଚଢ଼ାଉ କରୁଥିଲେ ସୁଦ୍ଧା ଏତେ ପରିମାଣର ମଦ କିପରି ପ୍ରସ୍ତୁତ ହେଉଛି ?