କନକ ବ୍ୟୁରୋ : ବଲିଉଡର ଚର୍ଚ୍ଚିତ କପୁର ପରିବାର ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାକ୍ଷାତକାରକୁ ନେଇ ତେଜିଛି ରାଜନୀତି । ଏହି ଭେଟଘାଟକୁ ନେଇ ବିରୋଧୀ ଦଳ ନେତା ପ୍ରଧାନମନ୍ତ୍ରୀଙ୍କୁ କରିଛନ୍ତି ଟାର୍ଗେଟ୍ । ଏକ ଭିଡିଓ ଜାରି କରି ରାହୁଲ ଲେଖିଛନ୍ତି, ଦେଶର ବାସ୍ତିବାକ ପ୍ରସଂଗ ଉପରେ ଧ୍ୟାନ ଦେବା ଉଚିତ ବୋଲି ମତ ଦେଇଛନ୍ତି । ରାହୁଲ ଗାନ୍ଧୀ ସେୟାର କରିଥିବା ଏହି ଭିଡିଓରେ ତାଙ୍କୁ ଅନେକ ଶ୍ରମିକ ସଂଗଠନ ଓ କେନ୍ଦ୍ର କର୍ମଚାରୀ ସଂଗଠନ ସହ ଆଲୋଚନା କରୁଥିବା ଦେଖିବାକୁ ମିଳିଛି ।
ତେବେ ଡିସେମ୍ବର ୧୪ ହେଉଛି ବଲିଉଡ୍ ଶୋମ୍ୟାନ୍ ରାଜ କପୁରଙ୍କ ୧୦୦ ତମ ଜନ୍ମ ବାର୍ଷିକୀ । ଏଭଳି ପରିସ୍ଥିତିରେ କପୁର ପରିବାର ଏହି ଉତ୍ସବକୁ ସ୍ୱତନ୍ତ୍ର କରିବା ପାଇଁ କୌଣସି ରାସ୍ତା ଛାଡି ନାହାଁନ୍ତି । କପୁର ପରିବାର ୧୩ ରୁ ୧୫ ଡିସେମ୍ବର ମଧ୍ୟରେ ଆର୍.କେ ଫିଲ୍ମ ଫେଷ୍ଟିଭାଲ୍ ଆୟୋଜନ କରିଛନ୍ତି, ଏହି ସଂପର୍କରେ କପୁର ପରିବାରର ସଦସ୍ୟମାନେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଥିଲେ । ଏବେ ଏହି ଭେଟଘାଟକୁ ନେଇ ରାଜନୀତି ତୀବ୍ର ହୋଇଛି ।