କନକ ବ୍ୟୁରୋ : ପୁରୀ ରଥଯାତ୍ରା ବେଳେ ଅଘଟଣ ଓ ୩ ଜଣଙ୍କ ମୃତ୍ୟୁକୁ ନେଇ ଏବେ ବ୍ୟାକଫୁଟରେ ରାଜ୍ୟ ସରକାର । ଖବର କେବଳ ଆଞ୍ଚଳିକ ହୋଇ ନାହିଁ । ଏହି ଖବର ଏବେ ଜାତୀୟ ଗଣମାଧ୍ୟମରେ ବି ସିରୋନାମା ପାଲଟିଛି । ଏହାର ଭିତରେ ରାଜ୍ୟରେ ବିରୋଧୀ ବିଜେଡି ରାଜ୍ୟ ଶାସନରେ ଥିବା ବିଜେପି ସରକାରକୁ ଟାର୍ଗେଟ୍ କରିଛି । ସେପଟେ ରାଜ୍ୟ କଂଗ୍ରେସ ସହ କେନ୍ଦ୍ର କଂଗ୍ରେସ ବି ଏହି ମାମଲାରେ ବିଜେପିକୁ କଟାକ୍ଷ କରିଛି । ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ଓ ଜାତୀୟ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏକ ମିଳିତ ବିବୃତ୍ତିରେ ଏହି ଘଟଣା ପାଇଁ ପରିଚାଳନା ଦାୟିତ୍ୱରେ ଥିବା ପ୍ରାଶାସନିକ ଅଧିକାରୀମାନଙ୍କ ଅବହେଳା ପାଇଁ ଏତେବଡ଼ ଦୁର୍ଘଟଣା ଘଟିଲା ବୋଲି କହିଛନ୍ତି । ଖଡଗେ ଏହାକୁ ଏକ ଦୁଃଖଦ ଘଟଣା ବୋଲି କହିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।
ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ସୋସିଆଲ ମିଡିଆ ପ୍ଲାଟଫର୍ମ "ଏକ୍ସ' ରେ ଲେଖିଛନ୍ତି କି, କିଛି ବଡ଼ ଆୟୋଜନ ପାଇଁ ସୁରକ୍ଷାକୁ କଡ଼ା କଡି ନଜର ରଖିବା ନିହାତି ଆବଶ୍ୟକ । ସେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଓଡିଶା ସରକାରଙ୍କୁ ଅନୁରୋଧ କରିବା ସହ କଂଗ୍ରେସ କାର୍ଯ୍ୟକର୍ତ୍ତା ଯଥାସମ୍ଭବ ସାହାଯ୍ୟ କରିବାକୁ ମଧ୍ୟ ଅନୁରୋଧ କରିଛନ୍ତି ।
ଖଡଗେ କହିଛନ୍ତି, ଏହି ଦୁର୍ଘଟଣା ପାଇଁ ବିଶେଷ କରି ପ୍ରାଶାସନିକ ଅବହେଳାକୁ ଦାୟୀ କରିଛନ୍ତି । ସେ କହିଛନ୍ତି କି, ପ୍ରଶାସନର ଏଭଳି ଅବହେଳାକୁ କେବେ ବି ବରଦାସ୍ତ କରାଯାଇପାରିବ ନାହିଁ । ଶୁକ୍ରବାର ଦିନ ୭୦୦ ରୁ ଅଧିକ ଲୋକ ଆହାତ ହେବା ଓ ପୁଣି ରବିବାର ସକାଳେ ଦଳାଚକଟାରେ ୩ ଜଣଙ୍କର ମୃତ୍ୟୁ ହେବା ଦର୍ଶାଉଛି କି ପ୍ରଶାସନ ଭିଡ଼ ନିୟନ୍ତ୍ରଣ କରିବା ଦିଗରେ ପୂରା ବିଫଳ ହୋଇଛି । ଏହାସହ ସେ ରାଜ୍ୟ ସରକାରଙ୍କୁ ସମ୍ପୃକ୍ତ ମାମଲାରେ ଗମ୍ଭୀର ଯାଂଚ କରିବାର ଆବଶ୍ୟକତା ରହିଛି ।