କନକବ୍ୟୁରୋ : ବିହାରରେ ରାହୁଲ ଗାନ୍ଧୀଙ୍କ ଭୋଟ୍ ଅଧିକାର ଯାତ୍ରାରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ ଷ୍ଟାଲିନ ଓ ତାଙ୍କ ଭଉଣୀ ସାଂସଦ କାନିମୋଜି କରୁଣାନିଧି ଯୋଗଦେଇଛନ୍ତି । ଦରଭଙ୍ଗାରେ ଆୟୋଜିତ ଜନସଭାରେ ରାହୁଲ ଗାନ୍ଧୀଙ୍କ ସହ ଷ୍ଟାଲନ ଓ କାନିମୋଜି ଯୋଗଦେଇ ସମ୍ୱୋଧନ କରିଥିଲେ । ବିହାରରେ ଭୋଟର ତାଲିକା ସଂଶୋଧନରେ ଅନିୟମିତତା ଅଭିଯୋଗ କରି ଜନସଚେତନତା ପାଇଁ ରାହୁଲ ଗାନ୍ଧୀ ଅଗଷ୍ଟ ୧୭ରେ ସାସାରାମରୁ ୧୬ ଦିନିଆ ଭୋଟ୍ ଅଧିକାର ଯାତ୍ରା ଆରମ୍ଭ କରିଛନ୍ତି ।
ସେପ୍ଟେମ୍ବର ୧ ତାରିଖରେ ପାଟନାରେ ଏହି ଯାତ୍ରା ଶେଷ ହେବ। ରାହୁଲ ଅଭିଯୋଗ କରିଛନ୍ତି ଯେ ନିର୍ବାଚନ କମିସନ ବିହାରରେ ୬୫ ଲକ୍ଷରୁ ଅଧିକ ନାଁ ଭୋଟର ତାଲିକାରୁ ହଟାଇ ଦେଇଛନ୍ତି । ବୁଧବାର ରାହୁଲ ଗାନ୍ଧୀଙ୍କ ସହ ଭୋଟ୍ ଅଧିକାର ଯାତ୍ରାରେ ଅଂଶଗ୍ରହଣ କରି ଡିଏମକେ ମୁଖ୍ୟ ଷ୍ଟାଲିନ ବିରୋଧୀଙ୍କ ଏକତାର ପରିଚୟ ଦେବା ସହ ବିଜେପିକୁ ବିରୋଧକୁ କରିଛନ୍ତି । ପୂର୍ବରୁ ବିରୋଧୀ ମେଣ୍ଟର ବହୁ ନେତା ଯାତ୍ରାରେ ସାମିଲ ହୋଇ ରାହୁଲଙ୍କୁ ବଳ ଦେଇଛନ୍ତି ।