ମୋଦୀଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ; ଚାଷୀ ସମାବେଶରେ ବର୍ଷିଲେ

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଟାର୍ଗେଟ୍ । ଆଜି  ମଧ୍ୟପ୍ରଦେଶର ଭୋପାଳରେ କଂଗ୍ରେସ ପକ୍ଷରୁ ଆୟୋଜିତ ବିଶାଳ ଚାଷୀ ସମାବେଶରେ ମୋଦୀଙ୍କ ବିରୋଧରେ ଗର୍ଜିଛନ୍ତି ରାହୁଲ ଗାନ୍ଧୀ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଟାର୍ଗେଟ୍ । ଆଜି  ମଧ୍ୟପ୍ରଦେଶର ଭୋପାଳରେ କଂଗ୍ରେସ ପକ୍ଷରୁ ଆୟୋଜିତ ବିଶାଳ ଚାଷୀ ସମାବେଶରେ ମୋଦୀଙ୍କ ବିରୋଧରେ ଗର୍ଜିଛନ୍ତି ରାହୁଲ ଗାନ୍ଧୀ ।

rahul gandhi

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଟାର୍ଗେଟ୍ । ଆଜି  ମଧ୍ୟପ୍ରଦେଶର ଭୋପାଳରେ କଂଗ୍ରେସ ପକ୍ଷରୁ ଆୟୋଜିତ ବିଶାଳ ଚାଷୀ ସମାବେଶରେ ମୋଦୀଙ୍କ ବିରୋଧରେ ଗର୍ଜିଛନ୍ତି ରାହୁଲ ଗାନ୍ଧୀ । ରାହୁଲ ଅଭିଯୋଗ କରିଛନ୍ତି ଯେ ଭାରତକୁ ବିକିଦେବା ପାଇଁ ଆମେରିକା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିଲ୍ କରିଛନ୍ତି। ଏପଷ୍ଟିନ ଫାଇଲ୍ ଓ ଗୌତମ ଆଦାନି ମାମଲାରେ ମୋଦୀ ଚାପରେ ଥିବା ଅଭିଯୋଗ କରିଛନ୍ତି ରାହୁଲ । ଏଥିପାଇଁ ମୋଦୀ ଭାରତର ଓ ଭାରତୀୟ ଚାଷୀଙ୍କ ତଥ୍ୟ ଦେଇଥିବା ରାହୁଲ ଅଭିଯୋଗ କରିଛନ୍ତି ।

ଅଧିକ ପଢ଼ନ୍ତୁ : ଆସନ ବଣ୍ଟାକୁ ନେଇ ଡିଏମକେ - କଂଗ୍ରେସ ଭିତରେ ନୂଆମୋଡ଼ ; ୪୦ ଆସନ ଦାବି କରୁଛି କଂଗ୍ରେସ

ସେହିପରି ଦେଶର ଇତିହାସରେ ପ୍ରଥମ ଥର ପାଇଁ ବିରୋଧୀ ଦଳ ନେତାଙ୍କୁ ଲୋକସଭାରେ କହିବାର ସୁଯୋଗ ଦିଆଗଲା ନାହିଁ। ଚୀନ ଅନୁପ୍ରବେଶ ସମୟରେ ସୀମାରେ ତତ୍କାଳୀନ ସ୍ଥଳସେନା ମୁଖ୍ୟ ମନୋଜ ମୁକୁନ୍ଦ ନରବଣେଙ୍କୁ ଭାରତ ସରକାର କିପରି ଏକାକୀ ଛାଡ଼ିଦେଇଥିଲେ, ତାହା ସେ କହିବାକୁ ଚାହୁଥିଲେ। ଏହି ପ୍ରସଙ୍ଗରେ ନରବଣେଙ୍କ ବହି କଥା ଉଲ୍ଲେଖ କରିଥିଲେ ରାହୁଲ। ଆମେରିକା ସହିତ ବାଣିଜ୍ୟ ଚୁକ୍ତିକୁ ବିରୋଧ କରି ଅଖିଳ ଭାରତ କଂଗ୍ରେସ ପକ୍ଷରୁ ଭୋପାଳରେ କିଷାନ ମହାପଞ୍ଚାୟତ ଆୟୋଜନ କରାଯାଇଥିଲା । ଏଥିରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଓ ଦଳର ଅନ୍ୟ ବରିଷ୍ଠ ନେତାମାନେ ଯୋଗଦେଇଥିଲେ।  ଖଡ଼ଗେ ଅଭିଯୋଗ କରିଥିଲେ ଯେ ଦେଶର ଚାଷୀଙ୍କୁ ଠକିବା ସହ ମୋଦୀ ଦେଶକୁ ବିକିଦେଇଛନ୍ତି। ଏ ବିଷୟରେ ମୋଦୀ କାହିଁକି ଚାୟ ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଆଲୋଚନା କରୁନାହାନ୍ତି ବୋଲି ଖଡ଼ଗେ ପ୍ରଶ୍ନ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe