ଚର୍ଚ୍ଚାରେ ରାହୁଲ ଗାନ୍ଧୀଙ୍କ ଆମେରିକା ଗସ୍ତ, ଆମେରିକାରୁ ବିଜେପି ଓ ଆରଏସଏସକୁ ଟାର୍ଗେଟ କଲେ ରାହୁଲ

Advertisment

ଚର୍ଚ୍ଚାରେ ରାହୁଲଙ୍କ ଆମେରିକା ଗସ୍ତ । ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବର୍ତ୍ତମାନ ଆମେରିକା ଗସ୍ତରେ ଅଛନ୍ତି। ସେ ତିନି ଦିନିଆ ଗସ୍ତରେ ଆମେରିକା ଯାଇଛନ୍ତି, ଯେଉଁଠାରେ ସେ ବିଭିନ୍ନ ଫୋରମରେ ଅନେକ ପ୍ରସଙ୍ଗରେ ଆଲୋଚନା କରୁଛନ୍ତି

ଚର୍ଚ୍ଚାରେ ରାହୁଲଙ୍କ ଆମେରିକା ଗସ୍ତ । ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବର୍ତ୍ତମାନ ଆମେରିକା ଗସ୍ତରେ ଅଛନ୍ତି। ସେ ତିନି ଦିନିଆ ଗସ୍ତରେ ଆମେରିକା ଯାଇଛନ୍ତି, ଯେଉଁଠାରେ ସେ ବିଭିନ୍ନ ଫୋରମରେ ଅନେକ ପ୍ରସଙ୍ଗରେ ଆଲୋଚନା କରୁଛନ୍ତି

rahul 34

କନକବ୍ୟୁରୋ: ଚର୍ଚ୍ଚାରେ ରାହୁଲଙ୍କ ଆମେରିକା ଗସ୍ତ । ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବର୍ତ୍ତମାନ ଆମେରିକା ଗସ୍ତରେ ଅଛନ୍ତି। ସେ ତିନି ଦିନିଆ ଗସ୍ତରେ ଆମେରିକା ଯାଇଛନ୍ତି, ଯେଉଁଠାରେ ସେ ବିଭିନ୍ନ ଫୋରମରେ ଅନେକ ପ୍ରସଙ୍ଗରେ ଆଲୋଚନା କରୁଛନ୍ତି। ରାହୁଲ ରବିବାର ଡାଲାସର ଟେକ୍ସାସ ୟୁନିଭରସିଟିର ଛାତ୍ରମାନଙ୍କ ସହ କଥାବାର୍ତ୍ତା କରିଥିଲେ। ଏହି ସମୟରେ ସେ ଭାରତ ଯୋଡୋ ଯାତ୍ରା ଏବଂ ବେକାରୀ ସମସ୍ୟା ବିଷୟରେ ଖୋଲାଖୋଲି ଭାବେ କହିଥିଲେ। ଆମେରିକାରୁ ବିଜେପି ଓ ମୋଦୀଙ୍କୁ ଟାର୍ଗେଟ୍ କରିଛନ୍ତି ରାହୁଲ । କହିଛନ୍ତି, ଭାରତରେ ଲୋକସଭା ନିର୍ବାଚନ ପରେ ବିଜେପିର ଭୟ ଶେଷ ହୋଇଯାଇଛି । ସମ୍ବିଧାନ, ଧର୍ମ ଓ ରାଜ୍ୟ ଉପରେ ଆକ୍ରମଣକୁ ଲୋକ ବରଦସ୍ତା କରିବେନି ।

ଆରଏସଏସକୁ ବି ଟାର୍ଗେଟ୍ କରିଛନ୍ତି ରାହୁଲ । ଆରଏସଏସ ପାଇଁ ଭାରତ କେବଳ ଗୋଟିଏ ବିଚାରଧାରର ଦେଶ ,କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ । ଭାରତ ହେଉଛି ବିବିଧ ବିଚାରଧାରାର ଦେଶ ବୋଲି ଆମେରିକାରେ କହିଛନ୍ତି ବିରୋଧୀ ଦଳ ନେତା । କଂଗ୍ରେସ ଏବଂ ମୋର ବିଚାରଧାରା ହେଉଛି , ଦେଶରେ ପ୍ରେମ, ସମ୍ମାନ ଓ ମାନବିକତାର ପ୍ରଚାର କରିବା, ଯାହାର ଏବେ ବିଭିନ୍ନ ରାଜନୈତିକ ଦଳରେ ଅଭବା ରହିଛି । ଭାରତ ଯୋଡ ଯାତ୍ରା ପ୍ରସଂଗରେ ରାହୁଲ କହିଛନ୍ତି, ଏହି ଯାତ୍ରା ମୋତେ ଓ ମୋ ରାଜନୈତିକ ବିଚାରଶୈଳୀକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି ।

ଏହି ଯାତ୍ରା ପୁରା ଦେଶକୁ ଏକାଠି କରିବାରେ ସଫଳ ହୋଇଛି । ସେହିପରି ବିଶ୍ବରେ ବେକାରୀ ପ୍ରସଂଗରେ ରାହୁଲ କହିଛନ୍ତି, ଆମେରିକା ଓ ଅନ୍ୟ ପଶ୍ଚିମ ଦେଶ ଗୁଡିକରେ ଅଧିର ବେକାରୀ ସମସ୍ୟା ଦେଖାଦେଇଛି । ହେଲେ ଚୀନ ଭଳି ଦେଶ ବିଶ୍ବ ବଜାରକୁ ନିଜ କବଜାରେ ରଖିଛି । ଭିଏତନାମ ଭଳି ଦେଳରେ ବେକାରୀ ସମସ୍ୟା ନାହି । ଏଣୁ ଆଗାମୀ ଭବିଷ୍ୟତ ପାଇଁ ଏବେଠାରୁ ଯୋଜନା କରିବାକୁ ପଡିବ ବୋଲି କହିଛନ୍ତି ବିରୋଧୀ ଦଳ ନେତା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe