ବିଦେଶ ମାଟିରେ ପ୍ରଧାନମନ୍ତ୍ରୀଙ୍କୁ ରାହୁଲ ଗାନ୍ଧୀଙ୍କ ଟାର୍ଗେଟ୍‌, କହିଲେ ନିରପେକ୍ଷ ନିର୍ବାଚନ ହୋଇଥିଲେ ୨୪୬ଟି ଆସନ ବି ଜିତିପାରି ନଥାନ୍ତେ

Advertisment

ବିଦେଶ ମାଟିରେ ପ୍ରଧାନମନ୍ତ୍ରୀଙ୍କୁ ରାହୁଲଙ୍କ ଟାର୍ଗେଟ୍‌। ତିନି ଦିନିଆ ଆମେରିକା ଗସ୍ତରେ ଥିବା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବିଜେପିକୁ ନେଇ ବଡ଼ ବୟାନ ଦେଇଛନ୍ତି। ଓ୍ୱାଶିଂଟନ୍ ଡିସିରେ ଜର୍ଜଟାଉନ ୟୁନିଭର୍ସିଟିରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ବିଜେପି ଉପରେ ବର୍ଷିଛନ୍ତି ରାହୁଲ।

ବିଦେଶ ମାଟିରେ ପ୍ରଧାନମନ୍ତ୍ରୀଙ୍କୁ ରାହୁଲଙ୍କ ଟାର୍ଗେଟ୍‌। ତିନି ଦିନିଆ ଆମେରିକା ଗସ୍ତରେ ଥିବା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବିଜେପିକୁ ନେଇ ବଡ଼ ବୟାନ ଦେଇଛନ୍ତି। ଓ୍ୱାଶିଂଟନ୍ ଡିସିରେ ଜର୍ଜଟାଉନ ୟୁନିଭର୍ସିଟିରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ବିଜେପି ଉପରେ ବର୍ଷିଛନ୍ତି ରାହୁଲ।

rahul gandhi

କନକବ୍ୟୁରୋ: ବିଦେଶ ମାଟିରେ ପ୍ରଧାନମନ୍ତ୍ରୀଙ୍କୁ ରାହୁଲଙ୍କ ଟାର୍ଗେଟ୍‌। ତିନିଦିନିଆ ଆମେରିକା ଗସ୍ତରେ ଥିବା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବିଜେପିକୁ ନେଇ ବଡ଼ ବୟାନ ଦେଇଛନ୍ତି। ଓ୍ୱାଶିଂଟନ୍ ଡିସିରେ ଜର୍ଜଟାଉନ ୟୁନିଭର୍ସିଟିରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ବିଜେପି ଉପରେ ବର୍ଷିଛନ୍ତି ରାହୁଲ। ଏହି ସମୟରେ ରାହୁଲ କହିଛନ୍ତି, ଯଦି ଭାରତରେ ନିରପେକ୍ଷ ନିର୍ବାଚନ ହୋଇଥାନ୍ତା, ତାହାଲେ ୨୪୬ଟି ଆସନ ବି ହାତେଇବାରେ ସକ୍ଷମ ହୋଇ ପାରି ନଥାନ୍ତା ଭାରତୀୟ ଜନତା ପାର୍ଟି।

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ୍ କରି କହିଛନ୍ତି, ନିର୍ବାଚନ ପୂର୍ବରୁ କଂଗ୍ରେସର ବ୍ୟାଙ୍କ ଆକଉଣ୍ଟ ଅଚଳ କରାଗଲା। ତଥାପି ସେ ଜାଣିଥିଲେ ତାଙ୍କୁ ୩୦୦ ପାର ସିଟ୍ ମିଳିବ ନାହିଁ। ଏଥିସହିତ ରାହୁଲ ଏହା ବି କହିଛନ୍ତି ଯେ ସେ ମୋଦୀଙ୍କୁ ଘୁଣା କରନ୍ତିନାହିଁ । ନରେନ୍ଦ୍ର ମୋଦୀଙ୍କର ଏକ ଭିନ୍ନ ବିଚାରଧାରା ରହିଛି । ଯେଉଁ ବିଚାରଧାରାକୁ ମୁଁ ଗ୍ରହଣ କରିବିନାହିଁ । ଏଥିସହିତ ରାହୁଲ କହିଛନ୍ତି, ମୋର ଏକ ଅଲଗା ବିଚାରଧାରା ରହିଛି ।

ସେପଟେ ଆମେରିକାରେ ରାହୁଲ ଗାନ୍ଧୀ ଦେଇଥିବା ବୟାନକୁ ସମର୍ଥନ କରିଛନ୍ତି ଟିଏମସି ସାଂସଦ ଶତୃଘ୍ନ ସିନ୍ହା । ସେ କହିଛନ୍ତି ବିରୋଧୀ ଦଳ ନେତା ଯାହା କହିଛନ୍ତି ଠିକ କହିଛନ୍ତି । ବିଜେପି ୧୦ ବର୍ଷ ତଳେ ଯାହା ଆରମ୍ଭ କରିଥିଲା ରାହୁଲ ଗାନ୍ଧୀ ତାହା କରିଛନ୍ତି । ବିଜେପିର ଶାସନ ତରିକା ଉପରେ ପ୍ରଶ୍ନ ଉଠାଇବା କିଛି ଭୁଲ ନୁହେଁ ।

ଅନ୍ୟପଟେ ରାହୁଲ ଗାନ୍ଧୀଙ୍କ ଆମେରିକା ଗସ୍ତ ଉପରେ ପ୍ରଶ୍ନ ଉଠାଇଛି ବିଜେପି । ଦଳର ଜାତୀୟ ମୁଖପାତ୍ର ପ୍ରଦୀବ ଭଣ୍ଡାରୀ ରାହୁଲଙ୍କ ଉପରେ ବର୍ଷିଛନ୍ତି । କହିଛନ୍ତି, ରାହୁଲଙ୍କ ଦଳ ମାତ୍ର ଦୁଇ ଅଙ୍କରେ ସୀମିତ । କଂଗ୍ରେସ ଭୟବୀତ ଅଛି, ଯେଉଁଥିପାଇଁ ବିଦେଶରେ ଅପପ୍ରଚାର କରୁଛନ୍ତି ବିରୋଧୀ ଦଳ ନେତା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe