ଜେନ୍-ଜି ଗୋଷ୍ଠୀଙ୍କୁ ରାହୁଲ ଗାନ୍ଧୀଙ୍କ ବାର୍ତ୍ତା,  ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ସହ ଭୋଟ୍ ଚୋରି ରୋକିବାକୁ ଆହ୍ବାନ

ଏକ୍ସ’ରେ ପୋଷ୍ଟକୁ ନେଇ ତେଜିଲା ରାଜନୀତି । ବିଜେପି କହିଲା, ରାହୁଲଙ୍କୁ ପ୍ରତ୍ୟାଖ୍ୟାନ କରିବେ ଯୁବଗୋଷ୍ଠୀ ।

ଜେନ୍ - ଜିଙ୍କୁ ରାହୁଲଙ୍କ ଆହ୍ବାନ

ଜେନ୍ - ଜିଙ୍କୁ ରାହୁଲଙ୍କ ଆହ୍ବାନ Photograph: (KanakNews)

କନକ ବ୍ୟୁରୋ: ଭାରତର ଜେନ-ଜି ଗୋଷ୍ଠୀକୁ ଭୋଟ୍ ଚୋରି ରୋକିବା ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଆହ୍ୱାନ । ରାହୁଲ ଗତକାଲି କର୍ଣ୍ଣାଟକର ଅଲନ୍ଦ ନିର୍ବାଚନମଣ୍ଡଳୀରେ ଭୋଟ୍ ଚୋରି ଅଭିଯୋଗ କରି ନିର୍ବାଚନ କମିସନ ଓ ବିଜେପିକୁ ଟାର୍ଗେଟ୍ କରିଥିଲେ। ଆଜି ଭୋଟ୍ ଚୋରି ରୋକିବା ପାଇଁ ଦେଶର ଯୁବଗୋଷ୍ଠୀଙ୍କୁ ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ କରି ଆହ୍ୱାନ ଦେଇଛନ୍ତି ।

ରାହୁଲ ଲେଖିଛନ୍ତି,  ଦେଶର ଯୁବ ଓ ଛାତ୍ର ସମାଜ ଦେଶର ସମ୍ୱିଧାନ ଏବଂ ଗଣତନ୍ତ୍ରକୁ ରକ୍ଷା କରିବା ସହିତ ଭୋଟ୍ ଚୋରି ଉଦ୍ୟମକୁ ରୋକିବେ । ସେମାନଙ୍କ ସହ ମୁଁ ଅଛି ବୋଲି ରାହୁଲ ଲୋଖିଛନ୍ତି । ରାହୁଲଙ୍କ ପୋଷ୍ଟ ଉପରେ ବିଜେପି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଦଳର ସାଂସଦ ନିଶିକାନ୍ତ ଦୁବେ କହିଛନ୍ତି, ଦେଶର ଜେନ୍ -ଜି ଗୋଷ୍ଠୀ ଦୁର୍ନୀତି ଓ ପାରିବାରିକ ଶାସନକୁ ବିରୋଧ କରୁଛନ୍ତି । ସେମାନେ ରାହୁଲଙ୍କୁ ପ୍ରତ୍ୟାଖ୍ୟାନ କରିବେ । ଜେନ୍- ଜି ଗୋଷ୍ଠୀ ବାଂଲାଦେଶରେ ଇସଲାମିକ ଓ ନେପାଳରେ ହିନ୍ଦୁରାଷ୍ଟ୍ର ଚାହୁଛନ୍ତି । ଭାରତକୁ ହିନ୍ଦୁରାଷ୍ଟ୍ର କରିବାକୁ କାହିଁକି ନଚାହିବେ ବୋଲି ନିଶିକାନ୍ତ ଦୁବେ ପ୍ରଶ୍ନ କରିଛନ୍ତି ।   

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe